ଔଷଧୀୟ ବୃକ୍ଷ ଓ ଚଢ଼େଇମାନଙ୍କ ସୁରକ୍ଷା ଦିଗରେ ସେ କାର୍ଯ୍ୟରତ। ପିଲାଟି ଦିନୁ ପ୍ରକୃତିର ପ୍ରତିଟି ରୂପକୁ ଦେଖିଥିବା ଓ ଉପଭୋଗ କରିଥିବା ପ୍ରସାଦ କୁମାର ଦାଶ ଆଜି ଜଣେ ଦାୟିତ୍ବବାନ୍‌ ବୈଜ୍ଞାନିକ ଭାବେ ସୁନ୍ଦର ପ୍ରକୃତିକୁ ଭବିଷ୍ୟତ ପିଢ଼ି ପାଇଁ ସାଇତି ରଖିବାକୁ ସଂକଳ୍ପବଦ୍ଧ। ସେଥିପାଇଁ ତ’ ନିଜେ ଅହରହ ଜୈବବିବିଧତା ସଂରକ୍ଷଣ ପାଇଁ କାମ କରିବା ସହ ଲୋକମାନଙ୍କୁ ପରିବେଶ ସୁରକ୍ଷା ସହ ଯୋଡୁଛନ୍ତି।

Advertisment

ଶ୍ରୀ ଦାଶ ଗତ ୧୫ ବର୍ଷ ହେଲା ‌ଜୈବବିବିଧତା ଉପରେ କାମ କରି ଆସୁଥିବା ବେଳେ ଏବେ ସେ ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଜୀବଜନ୍ତୁ, ପଶୁପକ୍ଷୀ ଓ ଗଛଲତାକୁ କିଭଳି ଜନସାଧାରଣ, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ‌େସ ତାଲିମ କାର୍ଯ୍ୟକ୍ରମ, କର୍ମଶାଳା ଆଦି ଆ‌େୟ‌ାଜନ କରାଉଛନ୍ତି। ଜଣେ ବୃକ୍ଷଲତା ବିଶେଷଜ୍ଞ ଭାବେ ଆୟୁର୍ବେଦ  ଔଷଧ ପ୍ରସ୍ତୁତି ପାଇଁ ବିଭିନ୍ନ କମ୍ପାନିରୁ ଆସୁଥିବା ବୈଦ୍ୟମାନଙ୍କୁ ସେ ତାଲିମ ମଧ୍ୟ ଦେଇଥା’ନ୍ତି। ସେ ଓଡ଼ିଶାରୁ ବହୁ ବିରଳ ପ୍ରଜାତିର ଗଛ ଆବିଷ୍କ‌ାର କରି ସାରିଛନ୍ତି। ମଣ୍ଡାସରୁ, ମହେନ୍ଦ୍ରଗିରି ଓ ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବବିବିଧତା ‌ଐତିହ୍ୟସ୍ଥଳୀ ଘୋଷଣା କରାଯିବା ପଛରେ ଶ୍ରୀ ଦାଶଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସେ ନେଚର୍‌ ୱାକ୍‌ କରିଥା’ନ୍ତି। 

ଶ୍ରୀ ଦାଶ କହନ୍ତି, ‘ଭିଙ୍ଗାରପୁରରେ ମୋ ପିଲାଦିନ କଟିଥିବା ବେଳେ ଗଛ ଚଢ଼ିବା, ନଈକୁ ଯାଇ ମାଛ ଧରିବା, ଜଙ୍ଗଲ ବୁଲି ବିଭିନ୍ନ କୋଳି ଓ ଫଳ ତୋଳିବା, ଚଢ଼େଇ ଦେଖିବା, ସେମାନଙ୍କ ଅଣ୍ଡା ଗଣିବା ଆଦି ମୋର ଅତି ପ୍ରିୟ ଥିଲା। ସେବେଠାରୁ ବୋଧେ ମୁଁ ପ୍ରକୃତି ଓ ପ୍ରକୃତିର ପ୍ରତିଟି କଥାକୁ ଭଲ ପାଇ ବସିଥିଲି। ପିଲାଟି ଦିନୁ ମୁଁ ସବୁ ପ୍ରକାର ଚଢ଼େଇଙ୍କୁ ଚିହ୍ନିଥିଲି। କଲେଜ ଆସିବା ପରେ ସେମାନଙ୍କ ସୁରକ୍ଷା କିଭଳି କରାଯାଇପାରିବ ସେ ଦିଗରେ ସଯତ୍ନ ହୋଇ ପାଠପଢ଼ା ଆରମ୍ଭ କରିଥିଲି ଓ ପରେ ଗବେଷଣାରେ ମନ ଦେଇଥିଲି। ପରେ ବସୁନ୍ଧରା ଏନ୍‌ଜିଓରେ କାମ କରି ବହୁ ଅନୁଷ୍ଠାନ ସହ ଯୋଡ଼ି ହୋଇ ଗବେଷଣା କାମ କରିଛି। ଉଦ୍ଭିଦ ବିଜ୍ଞାନରେ ପିଏଚ୍‌ଡି କରିବା ପରେ ୨୦୧୪ ମସିହାରେ ଜଙ୍ଗଲ ବିଭାଗରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ସମସ୍ତଙ୍କୁ ତାଲିମ ଦେଉଛି।’