୫୦ ହଜାର ବର୍ଗଫୁଟ୍‌ ପରିବ୍ୟାପ୍ତ ଏହି ବଙ୍ଗଳାରେ ରହିବେ ଈଶା ଅମ୍ବାନି 

ମୁମ୍ବାଇ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନିଙ୍କର ବାହାଘର ଧୂମ୍‌ଧାମ୍‌ରେ ସଂପନ୍ନ ହେବାପରେ ସେ ଏବେ ତାଙ୍କ ସ୍ୱାମୀ ଆନନ୍ଦ ପରିମଲଙ୍କ ସହିତ ଜୀବନ ବିତାଇବାକୁ ଯାଉଛନ୍ତି। ତାଙ୍କର ଶାଶୁଘର ଏଣ୍ଟିଲିଆ ଦେଶର ସବୁଠାରୁ ଦେଶର ଦାମିକା ଘର। କିନ୍ତୁ ଈଶାନିଙ୍କର ନୂଆ ଘର ବି କିଛି କମ୍‌ ଭବ୍ୟ ନୁହେଁ। ଥ୍ରି ଡି ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ୧୧ ମିଟର ଉଚ୍ଚ ଓ ୫୦ ହଜାର ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ମହଲରେ ସୁଖ ଆରାମର ସମସ୍ତ ସାଧନ ରହିଛି।

ଦକ୍ଷିଣ ମୁମ୍ବାଇର ବର୍ଲିସ୍ଥିତ ଏହି ମାନସନ୍‌ରୁ ଆରବ ସାଗର ଓ ସି-ଲିଙ୍କ୍‌ ବ୍ରିଜ୍‌ର ପୁରା ଭ୍ୟୁ ଦେଖିବାକୁ ମିଳିବ। ଶାଶୁଘର ଲୋକେ ଈଶାଙ୍କୁ ଏହି ଘର ଉପହାର ଆକାରରେ ପ୍ରଦାନ କରିଛି। ଏହାର ନାଆଁ ରଖାଯାଇଛି ଗୁଲିଟା। ଆନନ୍ଦ ପରିମଲଙ୍କ ପିତାମାତାଙ୍କ ପକ୍ଷରୁ ମିଳିଥିବା ଏହି ମାନସନ୍‌କୁ ନିର୍ମାଣ ଲାଗି ଖୁବ୍‌ ଅର୍ଥ ବିନିଯୋଗ କରାଯାଇଥିଲା। ଏଥିରେ ଇସ୍ପାତର ବିପୁଳ ଉପଯୋଗ ହୋଇଛି। ଉଚ୍ଚମାନର ଫିନିସିଂଗ ସାଙ୍ଗକୁ ଥ୍ରିଡି ଲୁକ୍‌ ବି ଦିଆଯାଇଛି ଏହି ଘରକୁ। ଏହି ଘରର ନିର୍ମାଣ ଲାଗି ସ୍ୱତନ୍ତ୍ର ରୂପେ ଇଂଲାଣ୍ଡରୁ ଇଂଜିନିୟରମାନଙ୍କୁ ଅଣାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଏହି ଘରେ ତିନିଟି ବେସମେଣ୍ଟ,ଏକାଧିକ ଡାଇନିଂ ରୁମ୍‌ ବ୍ୟତୀତ ସୁଇମିଂ ପୁଲ୍‌ ସମେତ ଅନ୍ୟ ଆରାମଦାୟକ ସୁବିଧା ରହିଛି।

ସମ୍ବନ୍ଧିତ ଖବର