ଅନ୍‌ଲାଇନ୍‌ ଜିନିଷ ପ୍ରତି ସାବଧାନ : ଆଜିକାଲି ଇ-କମର୍ସ ସାଇଟରେ ବୃଦ୍ଧି ପାଉଛି ନକଲି ଉତ୍ପାଦର ବିକ୍ରି !

ଅନଲାଇନ୍ ଅର୍ଡରରେ ପ୍ରତି ୩୫ ନମ୍ବର ସାମଗ୍ରୀ ନକଲି - ସର୍ଭେ ରିପୋର୍ଟ

ଦିନକୁ ଦିନ ଲୋକମାନଙ୍କଠାରେ ବୃଦ୍ଧି ପାଇବାରେ ଲାଗିଛି ଅନ୍‌ଲାଇନ୍‌ରେ ଜିନିଷ କିଣିବାର ସଉକ। ଯଦି ଅନଲାଇନ୍ ଜିନିଷ କିଣିବାର ସଉକ ରଖୁଛନ୍ତି ତେବେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଯଦ୍ୱାରା ଆପଣ ନକଲି ଜିନିଷ କିଣିବାରୁ ବଂଚିତ ହେବେ । ଆଜିକାଲି ଇ-କମର୍ସ ସାଇଟରେ ନକଲି ଉତ୍ପାଦର ବିକ୍ରି ଦ୍ରୁତ ଗତିରେ ବଢୁଛି । ଅନଲାଇନ୍ ଅର୍ଡରରେ ପ୍ରତି ୩୫ ନମ୍ବର ସାମଗ୍ରୀ ନକଲି । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଇ-କମର୍ସ କମ୍ପାନୀ ଠାରୁ ଗ୍ରାହକଙ୍କୁ ଏକ ତୃତୀୟାଂଶ ନକଲି ଜିନିଷ ମିଳୁଛି । ଇ-କମର୍ସ କମ୍ପାନୀରେ ବିକ୍ରି କରାଯାଉଥିବା ପ୍ରତି ୩୫ନମ୍ବର ଜିନିଷ ନକଲି ଆସୁଛି। ଏହି ସର୍ବେକ୍ଷଣ ଅନୁସାରେ, ସବୁଠାରୁ ଅଧିକ ସୈାନ୍ଦର୍ଯ୍ୟ ଓ ସୁଗନ୍ଧିତ ଜିନିଷରେ ସର୍ବାଧିକ ନକଲି ଜିନିଷ ଅନଲାଇନ୍ ବିକ୍ରି କରାଯାଉଛି । ପରଫ୍ୟୁମ୍ ଠାରୁ ଆରମ୍ଭ କରି ବ୍ରାଣ୍ଡେଡ୍ ପାଉଡର୍ ସବୁଠାରୁ ଅଧିକ ଅନଲାଇନ୍ ନକଲି ବିକ୍ରି କରାଯାଉଛି ।

ସର୍ଭେରେ ଜଣାପଡିଲା କି, ସର୍ବାଧିକ ଲୋକଙ୍କୁ ଅସଲି ଇଲେକ୍ଟ୍ରୋନିକ୍ ଜିନିଷ ଦିଆଯାଇଛି । ସର୍ଭେରେ ଲୋକମାନେ ସ୍ୱୀକାର କରିଛନ୍ତି କି, ଅନ୍ୟ ଉତ୍ପାଦ ଅପେକ୍ଷା ଇଲେକ୍ଟ୍ରୋନିକ୍ ଜିନିଷରେ ମୋବାଇଲ ସେଟ୍ ଠିକ୍ ରେ ପହଂଚିଛି । ବରଂ ଏହା ସହିତ ଜଡିତ ଚାର୍ଜର, ହେଡ୍ ଫୋନ୍ ଭଳି ଅଧିକାଂଶ ଜିନିଷ ନକଲି ଦିଆଯାଏ । ସର୍ଭେରେ ଇଲେକ୍ଟ୍ରୋନିକ୍ସ ଜିନିଷରେ ଲୋକମାନେ ୯୦% ଭରସା ଜଣାଇଛନ୍ତି । ସେଇଠି ମୋବାଇଲ ସହିତ ଜଡିତ ଉପକରଣ ଉପରେ କେବଳ ୩୦% ଲୋକ ହିଁ ଠିକ୍ ଜିନିଷ ମିଳିଥିବାର ସ୍ୱୀକାର କରିଛନ୍ତି ।

ଲୋକାଲ ସର୍କଲ ତରଫରୁ କରାଯାଇଥିବା ଏହି ସର୍ବେକ୍ଷଣ ମୁତାବକ, ଅନଲାଇନ୍ କିଣାକିଣି କରୁଥିବା ୩୭% କ୍ରେତା କହିଲେ କି, ତାଙ୍କୁ ସ୍ନାପଡିଲ୍ ରୁ ନକଲି ଜିନିଷ ମିଳିଛି । ୨୦% ଲୋକ ଆମାଜନ୍ ର ନାମ ନେଲେ ଓ ୨୨% ଫ୍ଲିପକାର୍ଟର ।

ସମ୍ବନ୍ଧିତ ଖବର