ନବଜାତ ପାଇଁ ସବୁଦିନ ବିମାନରେ ଲେହରୁ ଦିଲ୍ଲୀ କ୍ଷୀର ପଠାଉଛି ମା’, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମା’ ଭଗବାନଙ୍କର ଦ୍ଵିତୀୟ ରୂପ ଅଟନ୍ତି ବୋଲି କୁହାଯାଏ | ନିଜ ପିଲାକୁ କୌଣସି ଅସୁବିଧା ଛୁଇଁବା ପୂର୍ବରୁ ଜଣେ ମା’ ଆଗରେ ଠିଆ ହୋଇ ଅସୁବିଧା ସହ ଲଢେଇ କରିଥାଏ | ମା’ର ମମତା କୌଣସି ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖିଥାଏ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଲେହରେ ଦେଖିବାକୁ ମିଳିଛି | ଦିଲ୍ଲୀ ନବଜାତର ଚିକିତ୍ସା ଚାଲିଥିବା ବେଳେ ଲେହରୁ କ୍ଷୀର ପଠାଉଛନ୍ତି ମହିଳା | ଏହା ଶୁଣିବାକୁ  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ | ପ୍ରତିଦିନ ଲେହରୁ ଦିଲ୍ଲୀକୁ ଜନୈକା ମହିଳା ନିଜ କ୍ଷୀର ନବଜାତ ପାଇଁ ପଠାଉଛନ୍ତି |

ସୂଚନା ମୁତାବକ, ନବଜାତର ଜନ୍ମ ଜୁନ ୧୬ରେ ହୋଇଥିବା ବେଳେ ଜନ୍ମ ପରେ ତାର ଖାଦ୍ୟ ନଳୀ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ନଳୀ ପରସ୍ପର ସହ ମିଶି ରହିଥିବା ଦେଖିଥିଲେ ଡାକ୍ତର | ଏହା ପରେ ନବଜାତକୁ ତୁରନ୍ତ ଦିଲ୍ଲୀରେ ଥିବା ଏକ ଡାକ୍ତରଖାନା ନେଇ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ ଡାକ୍ତର | ପ୍ରସବ ପରେ ମହିଳାଙ୍କ ଅବସ୍ଥା ଭଲ ନ ଥିବାରୁ ମହିଳାଙ୍କ ଭାଇ ନବଜାତକୁ ଦିଲ୍ଲୀ ନେଇଥିଲେ | ଏହି ଖବର ଶୁଣି ନବଜାତର ବାପା ଜିକମେଟ କର୍ଣ୍ଣାଟକରୁ ଦିଲ୍ଲୀ ଆସିଥିଲେ | ତେବେ ଅସ୍ତ୍ରୋପଚାର ପରେ ନବଜାତ ପାଇଁ ମା’ କ୍ଷୀର ହିଁ ଉପଯୁକ୍ତ ବୋଲି ଡାକ୍ତର କହିବା ପରେ ଜିକମେଟ ଲେହରୁ ଦିଲ୍ଲୀ କ୍ଷୀର ଆଣିବାର ବ୍ୟବସ୍ଥା କରିଥିଲେ |

एयरलाइंस की मदद से हर दिन मां भेज रही नवजात के लिए दूध
oneindia

ତାଙ୍କ କହିବା ମୁତାବକ, ଆମେ ଶିଶୁକୁ ଖାଇବାକୁ ଦେଉଥିବା ପାଉଡର କ୍ଷୀର ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ | ତେଣୁ ଡାକ୍ତରମାନେ ଆମକୁ ମା’ର କ୍ଷୀର ଦେବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଏହା ଚିନ୍ତାର କାରଣ ପାଲଟିଥିବା ବେଳେ ଲଦାଖ ବିମାନବନ୍ଦରରେ ମୋର କିଛି ବନ୍ଧୁ କାମ କରୁଥିବା ମୁଁ ଜାଣିବାକୁ ପାଇଥିଲି | ପରେ ସେମାନଙ୍କ ସହଯୋଗରେ ମୁଁ ବିମାନ ଯୋଗେ ଲେହରୁ ଦିଲ୍ଲୀ କ୍ଷୀର ଆଣିବାରେ ସଫଳ ହେଲି |

ସମ୍ବନ୍ଧିତ ଖବର