ଉଦ୍ୟୋଗୀମାନେ ଭଗବତ୍‌ ଗୀତାରୁ କେଉଁ ପାଞ୍ଚୋଟି କଥା ଶିଖିବା କଥା

ବଡ଼ ବଡ଼ ଉଦ୍ୟୋଗୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏଁ- ଭଗବତ ଗୀତା ସଭିଙ୍କ ପାଇଁ ପ୍ରେରଣାର ଉତ୍ସ। ସଙ୍କଟଜନକ ପରିସ୍ଥିତି ଦେଇ ଲୋକମାନଙ୍କୁ ନିୟନ୍ତ୍ରଣ କରି ସଫଳତାର ପଥରେ ଆଗେଇ ଯିବା ପାଇଁ ଏଥିରେ ରହିଛି ଯଥେଷ୍ଟ ଶିକ୍ଷଣୀୟ ଉପଦେଶ। ଗୀତାରୁ ସେମିତି କିଛି ଉପଦେଶ ଯାହାକୁ ସମସ୍ତ ଉଦ୍ୟୋଗୀ ନିଶ୍ଚୟ ଜାଣିବା ଉଚିତ।

୧. କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁକଦାଚନ, ମା କର୍ମ ଫଳାହେତୁର୍ଭୁମ ତେସଙ୍ଗୋତ୍ସବଅକର୍ମଣି:
ଅର୍ଥାତ୍‌: କର୍ମ କର। ଜୀବନରେ ସଫଳତା ହାସଲ କରିବାକୁ ଚାହୁଁଥିଲେ ଫଳପ୍ରାପ୍ତି ଦୂରେଇ ରହି ନିଜର କର୍ତ୍ତବ୍ୟ କରି ଚାଲନ୍ତୁ। ଶେଷ ଫଳ ପ୍ରାପ୍ତି ପାଇଁ ତରବର ହୁଅ ନାହିଁ, ସେଠାରେ ପହଞ୍ଚିବାର ପ୍ରକ୍ରିୟାକୁ ଉପଭୋଗ କରନ୍ତୁ।

୨. ବାଂସାସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋପରାଣୀ ତଥା ଶରୀରାଣି ବିହାୟ ଜୀର୍ଣ୍ଣା ନନ୍ୟାନି ସଂୟାତି ନବାନିଦେହୀ:
ଅର୍ଥାତ୍‌: ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିବା ପରି ପରିବର୍ତ୍ତନକୁ ଗ୍ରହଣ କରିବାରେ ଧୁରୀଣ ହୁଅ। ଜୀର୍ଣ୍ଣ ଶରୀର ତ୍ୟାଗପୂର୍ବକ ଆତ୍ମା ନୂଆ ଶରୀର ଧାରଣ କରିବା ପରି ଜୀବନରେ ନମନୀୟ ହୁଅ। ନୂଆ ଜିନିଷରେ ମନୋନିବେଶ କରିବାରେ କୁଣ୍ଠିତ ହୁଅ ନାହିଁ।

୩. କ୍ରୋଧଧାଭଓ୍ଵତିସମ୍ମୋହାସମ୍‌- ଓହାତ୍‌ସ୍ମୃତି୍ରବିଭ୍ରମଃ, ସ୍ମୃତିଭ୍ରାମଶାଦବୁଦ୍ଧିନାଶୋବୁ-ଦ୍ଧିନାଶାତ୍‌ପ୍ରାଣଶୟତି:
ଅର୍ଥାତ୍‌: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ଆପଣାଛାଏଁ ବହୁ ସମସ୍ୟାର ସମାଧାନ ହୋଇ ପାରିବ। କ୍ରୋଧରୁ ଆସେ ଭ୍ରାନ୍ତି; ଭ୍ରାନ୍ତିରୁ ମତିଭ୍ରମ; ମତିଭ୍ରମରୁ କାରଣ ନଷ୍ଟ; କାରଣ ନଷ୍ଟରୁ ଜୀବନାଶ।

୪. ତସ୍ମଦ ଅଶକ୍ତଃ ସତତମ୍‌ କାର୍ଯ୍ୟମ୍‌ କର୍ମ ସମକାରା, ଅଶକ୍ତୋ ହୈ ଅକାରଣ କର୍ମ ପରମ ଅପନୋତି ପୁରୁଷଃ:
ଅର୍ଥାତ୍‌: ସମସ୍ତ ବିଳାସ ଓ କାମନାରୁ ନିଜକୁ ଦୂରେଇ ରଖ। ବିନା ମୋହରେ ଦକ୍ଷତାର ସହ ସବୁ ସମୟରେ ନିଜର କର୍ତ୍ତବ୍ୟ ପାଳନ କର। ମୋହ ତ୍ୟାଗ ପୂର୍ବକ କାମ କଲେ ମୋକ୍ଷ ପ୍ରାପ୍ତି ହୁଏ।

୫. ଧୁମେନାଭୃତ୍ୟେ ବାଃନିର୍‌ ଯତଃଦର୍ଶୋ ମାଲେନା କା, ଯଥୋଲବେନାବର୍ତ୍ତୋ ଗର୍ଭସ୍‌ ତଥା ତେନେଦାମ୍‌ ଆବର୍ତ୍ତମ୍‌:
ଅର୍ଥାତ୍‌: ନିଅାଁ ଯେମିତି ଧୂଅାଁରେ, ଦର୍ପଣ ଧୂଳିରେ ଏବଂ ଭ୍ରୂଣ ଯେମିତି ଜଠରେ ଆଚ୍ଛାଦିତ ହୋଇ ଥାଏ, ଜ୍ଞାନ ସେମତି କାମନାରେ ଆଚ୍ଛାଦିତ ହୋଇ ରହିଥାଏ।

ସମ୍ବନ୍ଧିତ ଖବର