ନୂଆଦିଲ୍ଲୀ:  ଆପଣ ଜାଣନ୍ତି କି ଧୁମପାନ କେବଳ ସ୍ବାସ୍ଥ୍ୟ ପାଇଁ ହାନୀକାରକ ନୁହେଁ, ବରଂ ସିଗାରେଟ୍‌ ଉଭୟ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଖୁବ୍‌ କ୍ଷତିକାରକ। ଜାଣିବାକୁ ମିଳିଛି ଯେ ସିଗାରେଟ୍‌ ଟାଣିବା ପରେ ଯେଉଁ ବାକି ଭାଗକୁ ଫିଙ୍ଗା  ଯାଇଥାଏ ତାହା ପ୍ରତିବର୍ଷ  ୭୬.୬ କାଟି କିଲୋଗ୍ରାମ ବର୍ଜ୍ୟ ସୃଷ୍ଟି କରିଥାଏ, ଯାହାକି ପରିବେଶ ଲାଗି କ୍ଷତିକାରକ।

Advertisment

ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜାତିସଂଘ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଓ ବିଶ୍ବ ସ୍ଥାସ୍ଥ୍ୟ ସଂଗଠନ ଏକାଠି ସାମାଜିକ ଗଣମାଧ୍ୟମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରତିବର୍ଷ ସମୁଦାୟ ୬ ଲକ୍ଷ କୋଟିରୁ ଅଧିକ  ସିଗାରେଟ୍‌ ଉତ୍ପାଦନ ହୋଇଥାଏ। ସିଗାରେଟ୍‌ରେ ଯେଉଁ ଫିଲ୍‌ଟର ବା ବଟ୍‌‌ ଥାଏ, ତାହା ମାଇକ୍ରୋପ୍ଲାଷ୍ଟିକ୍‌ରେ ତିଆରି। ଏହାକୁ ସେଲୁଲୋଜ ଏସିସେଟ୍‌ ଫାଇବର୍‌ କୁହାଯାଏ।

publive-image www.downtoearth.org.in

ସବୁଠାରୁ ବଡ଼ ସମସ୍ୟା ହେଉଛି ସିଗାରେଟ୍‌ର ବଟ୍‌ ‌‌ଯେଉଁଭଳି ଭାବେ ଖୋଲାଖୋଲି ଭ‌ାବେ ବାହାରେ ପଡୁଛି। ଜଣାଯାଏ ଯେ ସିଗା‌ରେଟ୍‌ର ଫୋପଡ଼ା ଯାଉଥିବା ଏହି ଅଂଶ ପୃଥିବୀର ସବୁଠାରୁ ବେଶି ଫୋପଡ଼ା ଯାଉଥିବା ଅଳିଆ।

ଖରାରେ ସିଗା‌ରେଟ୍‌ର ଏହି ଅଂଶ ଫାଟିଯିବାରୁ ସେଥିରୁ ମାଇକ୍ରୋପ୍ଲାଷ୍ଟିକ୍‌ ଓ ଅନ୍ୟ ରସାୟନ ନିର୍ଗତ ହୋଇଥାଏ । ଏହି ହାନୀକାରକ ତତ୍ତ୍ବ ପାରିବେଶିକ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ସିଗାରେଟରୁ ବାହାରୁଥିବା ଏହି ବର୍ଜ୍ୟ ପକ୍ଷୀ, ମାଛ ଆଦି ଜୀବଙ୍କ ପାଇଁ ଖୁବ୍ କ୍ଷତିକାରକ। ଏପରିକି ଏହି କାରଣରୁ ପକ୍ଷୀ ଓ ମାଛ ଆଦି ପ୍ରାଣୀମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ।