ନୂଆଦିଲ୍ଲୀ: ପିଜା ଏକ ଖରାପ ଖାଦ୍ୟ ହୋଇଥିଲେ ହେଁ ସାରା ବିଶ୍ବରେ ଲୋକପ୍ରିୟ। ଅନେକ ଏହାର ଦୁର୍ଗୁଣଗୁଡ଼ିକ ବାବଦରେ ସଚେତନ ଥିଲେ ବି ଖାଇବାକୁ ପଛାନ୍ତିନାହିଁ। କିଛି ଲୋକଙ୍କର ଏହା ପ୍ରିୟ ଖାଦ୍ୟ। ଆଉ ଏମିତି ବି କିଛି ଅଛନ୍ତି, ଏହା ନ ଖାଇଲେ, ରହିପାରନ୍ତିନାହିଁ। ତେବେ, ବୋଧହୁଏ ସବୁଠାରୁ ଆଗରେ ଅଛନ୍ତି, ନିଉ ଜର୍‌ସିର ମାଇକ୍‌ ରୋମାନ୍‌। ମାଇକ୍‌ ଶିକ୍ଷକତା କରନ୍ତି। ତାଙ୍କ ବୟସ ଏକଚାଳିଶ। ଗତ ୩୭ ବର୍ଷ ହେଲା ସେ ପ୍ରତି ଦିନ ଅନ୍ୟୂନ ଥରେ ପିଜା ଖାଇଆସିଲେଣି।

Advertisment

publive-image yelp.com.au

ତାଙ୍କର ନିର୍ଦିଷ୍ଟ ଭାବେ ମନେନାହିଁ; ତିନି-ଚାରି ବର୍ଷର ହୋଇଥିବା ବେଳେ ପ୍ରଥମ ଥର ପାଇଁ ମାଆ ଖୁଆଇଦେଥି‌େଲ। ଭଲଲାଗିବାରୁ ପ୍ରତି ଦିନ ମ‌ାଗିଲେ। ତାଙ୍କ ଇଚ୍ଛା ପୂରଣ କରାଗଲା। ଶେଷରେ ତାହା ନିଶାରେ ପରିଣତ ହେଲା। ପିତା-ମାତା ବୁଝାଇଲେ ବି ଶୁଣିଲେନାହିଁ। ଏ ପର୍ଯ୍ୟନ୍ତ ଏହା ହିଁ ମୁଖ୍ୟ ଖାଦ୍ୟ ହୋଇରହିଛି। ଅଧିକାଂଶ ଦିନ, ଦିନର ସବୁ ଭୋଜନରେ ପିଜା। ଏହା ଦ୍ବାରା ଏ ଯାଏ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ହୋଇନାହିଁ ବୋଲି ମାଇକ୍‌ କହନ୍ତି।