ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ବଢିଚାଲିଛି। ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତମାନଙ୍କର ଲକ୍ଷଣ ଗତବର୍ଷ ତୁଳନାରେ ଭିନ୍ନ ରହୁଛି। ବୟସ୍କଙ୍କ ଅପେକ୍ଷା ଏଥର ଯୁବପିଢି ଅଧିକ ସ˚କ୍ରମିତ ହେଉଛନ୍ତି। ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ନୂଆ କୋଭିଡ୍ ଷ୍ଟ୍ରେନ୍କୁ ମୁକାବିଲା କରିବାରେ ବିଫଳ ହେଉଛି। ତଥାପି ଏହାର ଚିକିତ୍ସା ଓ ସଚେତନତା ସୃଷ୍ଟି ଦିଗରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମ ପ୍ରଶ˚ସନୀୟ। ପ୍ରତ୍ୟେକ ଦିନ କୋଭିଡ୍ ସ୍ଥିତିକୁ ଅଙ୍ଗେ ନିଭାଉଥିବା ଅଶ୍ବିନୀ କୋଭିଡ୍ ହସ୍ପିଟାଲର ଡାକ୍ତର ମାନସ ନାୟକଙ୍କ ସହ କରୋନାର ଦ୍ବିତୀୟ ଲହର ସ˚କ୍ରାନ୍ତରେ ଆଲୋଚନା କରିଛନ୍ତି ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ...
ତନୟା: ୨୦୨୦ରେ କରୋନାର ପ୍ରଥମ ଲହର ଥିଲା। ସେତେବେଳେ ଯେଉଁ ଷ୍ଟ୍ରେନ୍ ଥିଲା, ତାହା ତୁଳନାରେ ବର୍ତ୍ତମାନର ଷ୍ଟ୍ରେନ୍ ଦ୍ବାରା ଅଧିକ ମାତ୍ରାରେ ସ˚କ୍ରମଣ ହେଉଛି, ଏଥିରେ କେତେ ସତ୍ୟତା ଅଛି?
ଡାକ୍ତର ମାନସ: ଯାହା କୁହାଯାଉଛି, ତାହା ସତ। ଏହା ଅଧିକ ସ˚କ୍ରମଣ କରୁଛି। ପ୍ରଥମ ଲହରରେ ଲୋକେ ଯେତିକି ସ˚ଖ୍ୟାରେ ସ˚କ୍ରମିତ ହେଉଥିଲେ, ଦ୍ବିତୀୟ ଲହରରେ ଅଧିକ ହାରରେ ସ˚କ୍ରମିତ ହେଉଛନ୍ତି। ଆଗରୁ ଗୋଟିଏ ଘରେ ଜଣେ ସ˚କ୍ରମିତ ବାହାରିଲେ ଅନ୍ୟମାନେ ପ୍ରତିଷେଧକ ପଦକ୍ଷେପ ନେଉଥିଲେ। ଏବେ କିନ୍ତୁ ଜଣେ ପଜିଟିଭ୍ ବାହାରିଲେ ସମସ୍ତେ ପଜିଟିଭ୍ ବାହାରୁଛନ୍ତି।
ତନୟା: ପୂର୍ବ ଷ୍ଟ୍ରେନ୍ରେ କାଶ, ଥଣ୍ତା, ଜ୍ବର, ସ୍ବାଦ ଓ ବାସ୍ନା ବାରି ନହେବା ଭଳି ଲକ୍ଷଣ ଦେଖାଯାଉଥିଲା। କିନ୍ତୁ କୁହାଯାଉଛି ଯେ, ନୂଆ ଷ୍ଟ୍ରେନ୍ରେ କିଛି ନୂଆ ଲକ୍ଷଣ ଦେଖବାକୁ ମିଳୁଛି। ଆପଣ ଏହା ବିଷୟରେ ଆମକୁ ସଚେତନ କରାଇବେ।
ଡାକ୍ତର ମାନସ: ପ୍ରଥମେ ଯେଉଁ ଷ୍ଟ୍ରେନ୍ ଆସିଥିଲା, ସେଗୁଡ଼ିକୁ ୟୁକେ ଷ୍ଟ୍ରେନ୍, ସାଉଥ ଆଫ୍ରିକାନ୍ ଷ୍ଟ୍ରେନ୍ କୁହାଯାଉଥିଲା। ଏବେ ଆସୁଥିବା ଡବଲ ମ୍ୟୁଟେସନ୍ ଷ୍ଟ୍ରେନ୍ରେ ପୂର୍ବଭଳି ଲକ୍ଷଣ ରହିବ। ଏହାଛଡ଼ା କେବଳ ମୁଣ୍ତ ବିନ୍ଧା, ଦେହ ଘୋଳାବିନ୍ଧା ହେବା, ଡାଇରିଆ, ଦୁର୍ବଳ ଲାଗିବା ଭଳି ଯେକୌଣସି ଗୋଟିଏ ପ୍ରକାର ଲକ୍ଷଣ ଦେଖାଦେଇପାରେ। ସେଥିପାଇଁ ସମସ୍ତେ ଏହାକୁ ଗୁରୁତ୍ବର ସହ ନେବା ଉଚିତ୍। ଦ୍ବିତୀୟତଃ ଏହି ଷ୍ଟ୍ରେନ୍ରେ ଯୁବପିଢ଼ି ଅର୍ଥାତ୍ ୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତି ଅଧିକ ସ˚କ୍ରମିତ ହେଉଛନ୍ତି। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ତାହାର ମୁକାବିଲା କରିପାରୁନାହିଁ। ଏହାବାଦ୍ ଯେଉଁମାନେ ଟିକା ନେଇଛନ୍ତି, ସେମାନଙ୍କୁ ମଧ୍ୟ ଏହି ଷ୍ଟ୍ରେନ୍ ସ˚କ୍ରମିତ କରିପାରିବ। କିନ୍ତୁ ଗୁରୁତର ସମସ୍ୟା ରହିବନି। ଟିକା ନେଇନଥିବା ଲୋକଙ୍କଠୁ ଏମାନଙ୍କର ଅବସ୍ଥା ଟିକେ ଭଲ ରହିବ।
ତନୟା: ଏବେ ଯୁବପିଢିକୁ ଏହା ଅଧିକ ସ˚କ୍ରମିତ କରୁଛି। ପୂର୍ବରୁ ୬୦ରୁ ଅଧିକ ବୟସ ବର୍ଗର ଲୋକ ବେଶି ସ˚କ୍ରମିତ ହେଉଥିଲେ। ଯେଉଁମାନଙ୍କର ହାର୍ଟ, ଡାଇବେଟିସ୍, ରକ୍ତଚାପ ଇତ୍ୟାଦି ରୋଗ ରହୁଥିଲା ସେମାନଙ୍କୁ ସ˚କ୍ରମଣର ଆଶଙ୍କା ଅଧିକ ଥିଲା। କିନ୍ତୁ ଏବେ ସାରାଦେଶରୁ ଯେଉଁ ଚିତ୍ର ଆସୁଛି, ୩୦ ବର୍ଷର ବ୍ୟକ୍ତିମାନେ ବି ଜୀବନ ହରାଉଛନ୍ତି। ସେମାନଙ୍କ ଶରୀର ଏହି ଷ୍ଟ୍ରେନ୍ର ମୁକାବିଲା କରିପାରୁନି। ଏବେ ଟିକାକରଣ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଗଲାଣି। ତଥାପି ଯେଉଁମାନେ ଟିକା ନେଇଛନ୍ତି, ସେମାନେ ପୁଣିଥରେ ସ˚କ୍ରମିତ ହେଲେ ସେମାନଙ୍କ ପାଖରେ କେଉଁ କେଉଁ ଲକ୍ଷଣ ଦେଖାଦେବା ସମ୍ଭାବନା ରହିଛି?
ଡାକ୍ତର ମାନସ: ୧୮ରୁ ୪୫ ବର୍ଷର ଲୋକମାନେ ସ˚କ୍ରମିତ ହେବା ପଛରେ କାରଣ ହେଉଛି ଯେ, ଆମେ କମ୍ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏବ˚ ୬୦ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ଟିକା ଦେଇସାରିଛୁ। ଯୁବପିଢ଼ି ମାନଙ୍କ ପାଖରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଯାହା ଅଛି ତାହା ବର୍ତ୍ତମାନର ସ˚କ୍ରମଣକୁ ଅଟକାଇପାରିବନି। ଯୁବପିଢ଼ି ବାହାରକୁ ଅଧିକ ଯାଉଛନ୍ତି ଏଥିପାଇଁ ଅଧିକ ସ˚କ୍ରମଣ ହେଉଛି। କିନ୍ତୁ ଏହାଛଡ଼ା ଛୋଟପିଲା ବି ସ˚କ୍ରମିତ ହେଉଛନ୍ତି। ଏପରିକି ୫ବର୍ଷର ପିଲାଙ୍କୁ ବି ଏହି ଭୂତାଣୁ ନିଜ କବ୍ଜାକୁ ନେଉଛି।
ତନୟା:ବର୍ତ୍ତମାନ ଆମେ ଦୁଇ ପ୍ରକାରର ରୋଗୀ ଦେଖିବାକୁ ପାଉଛେ। ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ। ଯଦି ଜଣେ ବ୍ୟକ୍ତି ଲକ୍ଷଣବିହୀନ, ସେମାନେ ମେଡିସିନ୍ ଖାଇବେ କି ନାହିଁ, ସଙ୍ଗରୋଧରେ ରହିବେ କି ନାହିଁ, ଏମାନଙ୍କ ପାଇଁ କ’ଣ ପରାମର୍ଶ ରହିବ?
ଡାକ୍ତର ମାନସ: ଯେଉଁମାନଙ୍କର ଲକ୍ଷଣ ଅଛି, ସେମାନେ ସଙ୍ଗରୋଧରେ ରହିବେ। କିନ୍ତୁ ଯେଉଁମାନେ ଲକ୍ଷଣବିହୀନ ସେମାନେ ସମାଜ ପାଇଁ ସମସ୍ୟା କରିପାରନ୍ତି। ତାଙ୍କୁ କୋଭିଡ୍ ହୋଇଛି କି ନାହିଁ ଆମେ ଜାଣିପାରିବୁ ନାହିଁ। ସମାଜରେ ସେମାନେ ଅଧିକ ସ˚କ୍ରମଣ କରୁଛନ୍ତି। ଯଦି ସେମାନେ ପଜିଟିଭ୍ ବୋଲି ଜଣାପଡ଼ିଲା, ତେବେ ଲକ୍ଷଣବିହୀନ ହେଲେ ବି ସେମାନେ ସଙ୍ଗରୋଧରେ ରହିବାକୁ ପଡ଼ିବ। ନଚେତ୍ ଲକ୍ଷଣବିହୀନମାନେ ସୁପରସ୍ପ୍ରେଡର ହୋଇଯିବେ।
ତନୟା: ଟେଷ୍ଟ କେତେବେଳେ କରାଯିବା ଆବଶ୍ୟକ? ଲକ୍ଷଣ ଦେଖାଦେଲେ, ନା ଦିନେ ଦୁଇ ଦିନ ପରେ, ନା ଅସୁସ୍ଥ ହେବାପରେ ଜଣେ କୋଭିଡ୍ ପରୀକ୍ଷା କରିବାକୁ ଯିବ?
ଡାକ୍ତର ମାନସ: ଯେତେବେଳେ ଲକ୍ଷଣ ଦେଖାଗଲା, ତା’ର ଦିନେ ଦୁଇ ଦିନ ଭିତରେ ଜଣେ ବ୍ୟକ୍ତି କୋଭିଡ୍ ପରୀକ୍ଷା କରିପାରିବେ। କିନ୍ତୁ ଏବେ ନୂଆ ଷ୍ଟ୍ରେନ୍ର ପରୀକ୍ଷା କରାଗଲେ ରିପୋର୍ଟ ନେଗେଟିଭ୍ ଆସୁଛି। ଲକ୍ଷଣ ଥିବା ରୋଗୀଙ୍କ ଆର୍ଟି-ପିସିଆର୍ ପରୀକ୍ଷାରେ ରିପୋର୍ଟ ନେଗେଟିଭ ଆସୁଛି। ତେଣୁ ଯଦି ଆପଣ ପଜିଟିଭ୍ ରୋଗୀଙ୍କ ସ˚ସ୍ପର୍ଶରେ ଆସିଛନ୍ତି, ତା’ହେଲେ ଆପଣଙ୍କୁ ସିଟି-ଥୋରାକ୍ସ କରିବାକୁ ପଡ଼ିବ। ତଥାପି ଆର୍ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଲେ ବି ସତର୍କ ରହିବାକୁ ପଡିବ। ଯଦି ଶରୀରରେ ଅମ୍ଳଜାନ ପରିମାଣ କମ୍ ଜଣାପଡ଼ିଲା, ତା’ହେଲେ ଫୁସ୍ଫୁସ୍ ସ˚କ୍ରମଣ ହେବା ଆଶଙ୍କା କରାଯାଇପାରେ। ପରବର୍ତ୍ତୀ ସମୟରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ତେଣୁ ସିଟି-ଥେରାକ୍ସ ପରୀକ୍ଷାରେ ଜଣେ ସ˚କ୍ରମିତ କି ନାହିଁ ତାହା ଜାଣିହେବ।
ତନୟା: ଦେଖିବାକୁ ମିଳୁଛି ଯେ, ହ୍ବାଟ୍ସଆପ୍ରେ ବହୁତ ପ୍ରେସ୍କ୍ରିପସନ ବୁଲୁଛି। ଅନେକ ଘଟଣାରେ ରୋଗୀ ଡାକ୍ତରଙ୍କ ପରାମର୍ଶ ନନେଇ ନିଜେନିଜ ଔଷଧ ଖାଇ ଦେଉଛନ୍ତି। ଗତବର୍ଷ ମଧ୍ୟ ଦେଖାଯାଇଥିଲା ଯେ କେତେକ ରୋଗୀ ଜିଙ୍କ୍, ଭିଟାମିନ୍ ସି ଆପେଆପେ ଖାଇଦେଉଥିଲେ। ଯଦି ଜଣଙ୍କର ଲକ୍ଷଣ ଦେଖାଦେଇଛି ଏବ˚ ପରୀକ୍ଷା ରିପୋର୍ଟ ଆସିବା ମଧ୍ୟରେ ଔଷଧ ଆରମ୍ଭ ନକଲେ ସ୍ବାସ୍ଥ୍ୟାବସ୍ଥା ଆଉ ବିଗିଡ଼ି ଯିବା ଭଳି ଆଶଙ୍କା ରହୁଛି। ଏ କ୍ଷେତ୍ରରେ ବ୍ୟକ୍ତିଜଣକ କଣ କରିବେ?
ଡାକ୍ତର ମାନସ: ଯଦି ଠିକ୍ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଛନ୍ତି, ତା’ହେଲେ ଠିକ୍ ଅଛି। କିନ୍ତୁ ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଭିନ୍ନଭିନ୍ନ ରହିବ। ଜିଙ୍କ୍, ଭିଟାମିନ୍ ବଟିକା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବ। କିନ୍ତୁ ଲୋ ମଲିକୁଲାର, ହେପାରିନ୍ ଇତ୍ୟାଦି ଜଣେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ୍। ଜିଙ୍କ୍ ଓ ଭିଟାମିନ୍ ବଟିକା କମ୍ ଲକ୍ଷଣ ପାଇଁ ଖାଇପାରିବେ କିନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଦରକାର। ପ୍ରଥମେ ହ୍ବାଟ୍ସଆପ ମେସେଜର ସତ୍ୟତା ଜାଣି ଔଷଧ ବ୍ୟବହାର କରିବା ଉଚିତ୍।
ତନୟା: ଆପଣଙ୍କ ହ୍ବାଟ୍ସଆପ୍ ଷ୍ଟାଟସ୍ରେ ଲେଖା ହୋଇଛି ‘ମିସି˚ ମାଇଁ ବେବି’। ପ୍ରୋଫାଇଲ ଫଟୋରେ ପୁଅର ଫଟୋ ଥିଲା। ମୋର ନିଜର ମଧ୍ୟ ଦୁଇ ବର୍ଷର ପୁଅ ଅଛି, ମୋତେ ମଧ୍ୟ ବହୁତ ଦୁଃଖ ଲାଗୁଛି ଯେ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ବହୁତ ଦିନ ପର୍ଯ୍ୟନ୍ତ ନିଜ ପରିବାରଠୁ ଦୂରରେ ରହୁଛନ୍ତି। ଏଭଳି ଏକ ଯୁଦ୍ଧକାଳୀନ ପରିସ୍ଥିତିରେ ଆପଣଙ୍କ ମନରେ କ’ଣ ଚାଲିଛି? ଏହି ଅନିଶ୍ଚିତତା ଭିତରେ ଓଡ଼ିଶାବାସୀଙ୍କୁ କ’ଣ ସନ୍ଦେଶ ଦେବାକୁ ଚାହିଁବେ?
ଡାକ୍ତର ମାନସ: ମୋ ପରିବାର ଦୂରରେ ରୁହନ୍ତି, ତଥାପି ସେମାନଙ୍କ ପାଖକୁ ଯାଇ ହେବନି। କାରଣ ଆମ ଉପରେ ବହୁତ ଦାୟିତ୍ବ ରହିଛି। ଓଡ଼ିଶାବାସୀଙ୍କୁ ପରାମର୍ଶ ଦେବାକୁ ଚାହିଁବି ଯେ, ସମସ୍ତେ କୋଭିଡ୍ ନିୟମ ମାନିଲେ ଏହାର ମୁକାବିଲା କରିବାରେ ସମସ୍ତଙ୍କୁ ସହାୟକ ହେବ। ସରକାର ଯେଉଁ ନିୟମାବଳୀ ତିଆରି କରିଛନ୍ତି, ତାହାକୁ ମାନନ୍ତୁ। ୬୦ରୁ ୭୦ ପ୍ରତିଶତ ଲୋକେ ଟିକା ନେଲା ପରେ ସ˚କ୍ରମଣ ହାର କମ୍ ହୋଇପାରିବ। ତେଣୁ ସମସ୍ତେ ଟିକା ପାଇଁ ଯୋଜନା କରନ୍ତୁ।