ପ୍ରସବ ଯନ୍ତ୍ରଣା ହେବା ପରେ ନିଜେ ସାଇକେଲ ଚଲାଇ ଶିଶୁକୁ ଜନ୍ମ ଦେବା ହସ୍‌ପିଟାଲରେ ପହଞ୍ଚିଲେ ଏହି ମନ୍ତ୍ରୀ

ଓ୍ଵାସିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡର ମନ୍ତ୍ରୀ ଜୁଲି ଐନି ଜେଣ୍ଟର ନିଜର ପ୍ରଥମ ଶିଶକୁ ଜନ୍ମ ଦେବା ପାଇଁ ସାଇକେଲ ଚଲାଇ ହସ୍‌ପିଟାଲ ପହଞ୍ଚି ଯାଇଛନ୍ତି। ଗ୍ରୀନ ପାର୍ଟିର ସାଂସଦ ଜେଣ୍ଟର ଜଣେ ସାଇକଲିଷ୍ଟ ମଧ୍ୟ। ପ୍ରସବ ପାଇଁ ସେ ନିଜ ଘରଠାରୁ ଏକ କିଲୋମିଟର ଦୂରସ୍ଥିତ ଲାକଲ୍ୟାଣ୍ଡ ସିଟି ହସ୍‌ପିଟାଲ ପର୍ଯ୍ୟନ୍ତ ସାଇକେଲ ଚଲାଇ ପହଞ୍ଚିଥିଲେ।

ସେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ଓ ମୋର ଜୀବନସାଥୀ ସାଇକେଲରେ ଯିବାର ନିଷ୍ପତ୍ତି ନେଇଥିଲୁ, କାରଣ କାରରେ ସହଯୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିଲା। ଏମିତି କରିବା ଦ୍ୱାରା ମୋର ମୁଡ୍‌ ବି ବଢ଼ିଆ ହୋଇଗଲା।

ନ୍ୟୁଜିଲ୍ୟାଣ୍ଡର ମନ୍ତ୍ରୀ ଜୁଲି ଐନି ଜେଣ୍ଟର ୪୨ସପ୍ତାହର ଅନ୍ତସତ୍ତ୍ୱା ଥିଲେ। ତାଙ୍କର ପାର୍ଟିର ଜଣେ ସହଯୋଗୀଙ୍କ କହିବାନୁସାରେ ସେ ଏଯାବତ୍‌ ସନ୍ତାନକୁ ଜନ୍ମ ଦେଇ ନାହାନ୍ତି।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ପିଏମ୍‌ ଥିବା ବେଳେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ସେ ଦୁନିଆର ଦ୍ୱିତୀୟ ରାଷ୍ଟ୍ରାଧ୍ୟକ୍ଷ, ଯିଏକି ନିଜ ପଦରେ ଥିବା ବେଳେ ସନ୍ତାନ ଜନ୍ମ ଦେଇଥିଲେ। ଜେସିଣ୍ଡା ୬ ସପ୍ତାହର ପ୍ୟାରେଣ୍ଟଲ ଲିଭ୍‌ ନେଇଥିଲେ ଓ ପୁଣି ନବଜାତ ଶିଶୁ ସହିତ ଫେରି ପଦଭାର ସମ୍ଭାଳି ଥିଲେ। ଏବେ ନ୍ୟୁଜିଲ୍ୟାଣ୍ଡର ମିସାଲ ସୃଷ୍ଟି କରି ମନ୍ତ୍ରୀ ନ୍ୟୁଜିଲ୍ୟାଣ୍ଡର ମନ୍ତ୍ରୀ ଜୁଲି ଐନି ଜେଣ୍ଟର ସାଇକେଲ ଚଳାଇ ସନ୍ତାନ ଜନ୍ମ ପାଇଁ ହସ୍‌ପିଟାଲରେ ପହଞ୍ଚିଛନ୍ତି।

 

ସମ୍ବନ୍ଧିତ ଖବର