ନୂଆଦିଲ୍ଲୀ: ତେଜ୍ ବାହାଦୁର୍ ଯାଦବ, ନାମ ହିଁ ଯଥେଷ୍ଟ! ବିଏସ୍ଏଫ୍ ଯବାନମାନଙ୍କୁ ନିକୃଷ୍ଟ ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ ଆଣି ଗତ ବର୍ଷ ସୋସିଆଲ୍ ମିଡିଆରେ ଏକ ଭିଡିଓ ଛାଡ଼ିବା ପରେ ପ୍ରଥମ ଥର ପାଇଁ ଚର୍ଚ୍ଚିତ ପାଲଟିଥିଲେ ତେଜ୍ ବାହାଦୁର। ଦ୍ୱିତୀୟ ଥର ପାଇଁ ଚର୍ଚ୍ଚାରେ ରହିଛନ୍ତି ଚଳିତଥର ଲୋକସଭା ନିର୍ବାଚନରେ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନିର୍ବାଚନୀ ମୈଦାନକୁ ଓହ୍ଲାଇ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ତେଜ୍ ଯେଉଁଭଳି ଭାବେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଥିଲେ ତାହା ବେନିୟମ୍ ଦର୍ଶାଯାଇ ତାଙ୍କୁ ଗତବର୍ଷ ଚାକିରିରୁ ନିଲମ୍ବିତ କରି ଦିଅଯାଇଥିଲା।
ତେବେ, ଏତେ ସବୁ ଘଟଣା ପରେ ଏବେ ତେଜ୍ଙ୍କୁ ପୁଣି ଥରେ ଚର୍ଚ୍ଚିତ ବନାଇଛି ତାଙ୍କର ପାକିସ୍ତାନୀ ବନ୍ଧୁ ପ୍ରେମ। ଜାଣିରଖନ୍ତୁ ଯେ ଏହି ବିଏସ୍ଏଫ୍ ଯବାନଙ୍କ ଫେସ୍ବୁକ୍ ଆକାଉଣ୍ଟ୍ରେ ୫୦୦ ଜଣ ପାକିସ୍ତାନୀ ବନ୍ଧୁ ଅଛନ୍ତି। ତେଜ୍ଙ୍କର ଏପରି ଏପରି ଶତ୍ରୁ ଦେଶର ବନ୍ଧୁ ପ୍ରେମ ତାଙ୍କୁ ଏବେ ପୁଣି ଥରେ ଚର୍ଚ୍ଚିତ ବନାଇଛି। ଏହି ତଥ୍ୟ ମିଳିଛି ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂତ୍ରରୁ।
Catch Newsଜେତ୍ ବାହାଦୁରଙ୍କ ଫେସ୍ବୁକ୍ ଆକାଉଣ୍ଟରେ ୩୦୦୦ରୁ ଊର୍ଧ୍ୱ ବନ୍ଧୁ ରହିଥିବା ବେଳେ ୫୦୦ ଅର୍ଥାତ ୧୭ ପ୍ରତିଶତ ବନ୍ଧୁ ପାକିସ୍ତାନୀ। ଏହା ବ୍ୟତୀତ ତାଙ୍କ ନାମରେ ୩୯ଟି ଫେକ୍ ଆକାଉଣ୍ଟ୍ ବି ରହିଛି। ତେଜ୍ଙ୍କ ବନ୍ଧୁ ତାଲିକାରେ ଥିବା ୫୦୦ ପାକସ୍ତାନୀଙ୍କ ମଧ୍ୟରୁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇର ଏଜେଣ୍ଟ୍ ବି ଥାଇପାରନ୍ତି ବୋଲି ସନ୍ଦେହ କରଯାଉଛି। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ତେଜ୍ ବାହାଦୁରଙ୍କର ରୋହିତ ନାମରେ ଥିବା ଏକ ଫେକ୍ ଆକାଉଣ୍ଟ୍ରେ ୪ଟି ଭିଡିଓ ଅପ୍ଲୋଡ୍ ହୋଇଛି। ସେହି ଭିଡିଓଗୁଡ଼ିକୁ ଅନେକ ପାକିସ୍ତାନୀ ସେୟାର୍ କରିଛନ୍ତି। ଯେଉଁ ୪ଟି ଭିଡିଓ ସେୟାର୍ କରାଯାଇଛି ସେଥିରେ ତେଜ୍ ବାହାଦୁର ବିଏସ୍ଫ୍ ଯବାନଙ୍କ ସ୍ଥିତି ଓ ତାଙ୍କୁ ଦିଆଯାଉଥିବା ଖାଦ୍ୟ ସଂପର୍କରେ କହୁଥିବାର ଦେଖିବାକୁ ମିଳିଛି।