ଲକ୍ଷ୍ମୋ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। ଅଖିଲେଶ ନିଜ ସମର୍ଥକ ଓ ସୁରକ୍ଷା କର୍ମୀଙ୍କ ସହିତ ଲକ୍ଷ୍ନୋ- ଆଗ୍ରା ଏକ୍ସପ୍ରେସ େଓ୍ଵରେ ଯାଉଥିିବା ବେଳେ ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଏକ କାର ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
କେବଳ ସେତିକି ନୁହେଁ, ଏହି ଦୁର୍ଘଟଣା ବୁଲା ଗାଈଙ୍କ ଯୋଗୁଁ ଘଟିଥିବାରୁ ରାଜ୍ୟସରକାର ରାଜରାସ୍ତାରେ ବୁଲୁଥିବା ଏହି ଗାଈମାନଙ୍କୁ ସେଠାରୁ କିପରି ଅପସାରଣ କରାଯିବ ସେ ନେଇ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି।
/sambad/media/post_attachments/wp-content/uploads/2018/07/akhilesh-2-300x172.jpg)
ନିଜେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ଵିଟ୍ କରି କହିଛନ୍ତି ଯେ ଯେ ଲକ୍ଷ୍ନୋ-ଆଗ୍ରା ଏକ୍ସପ୍ରେସ େଓ୍ଵରେ ଯାଉଥିବା ବେଳେ ହଠାତ ହସନଗଞ୍ଜ ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିବା ଏକଗାଡ଼ିକୁ ଦେଖି ନିଜ ଗାଡ଼ିକୁ ଅଟକାଇ ଦେଇଥିଲେ। ସଙ୍ଗେ ସଙ୍ଗେ ସେ ଓ ତାଙ୍କ ସୁରକ୍ଷା କର୍ମୀମାନେ ଗାଡ଼ିପାଖରେ ପହଞ୍ଚିଥିଲେ। ଗାଡ଼ି ଭିତରେ ଓ ଗାଡ଼ି ବାହାରେ ୩ ଜଣ ଇସ୍କନ ଭକ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସେ ତାଙ୍କ ସୁରକ୍ଷା କର୍ମୀକ ସହଯୋଗରେ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ନିଜ ସହିତ ଥିବା ଅନ୍ୟ ଏକ ଗାଡ଼ିରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଲକ୍ଷ୍ନୋ ଟ୍ରମା ସେଣ୍ଟରକୁ ଓ ଜଣକୁ ହସନଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/akhilesh-4.jpg)