ଲକ୍ଷ୍ମୋ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। ଅଖିଲେଶ ନିଜ ସମର୍ଥକ ଓ ସୁରକ୍ଷା କର୍ମୀଙ୍କ ସହିତ ଲକ୍ଷ୍ନୋ- ଆଗ୍ରା ଏକ୍ସପ୍ରେସ େଓ୍ଵରେ ଯାଉଥିିବା ବେଳେ ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଏକ କାର ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment

publive-image କେବଳ ସେତିକି ନୁହେଁ, ଏହି ଦୁର୍ଘଟଣା ବୁଲା ଗାଈଙ୍କ ଯୋଗୁଁ ଘଟିଥିବାରୁ ରାଜ୍ୟସରକାର ରାଜରାସ୍ତାରେ ବୁଲୁଥିବା ଏହି ଗାଈମାନଙ୍କୁ ସେଠାରୁ କିପରି ଅପସାରଣ କରାଯିବ ସେ ନେଇ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

publive-image
ନିଜେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ଵିଟ୍‌ କରି କହିଛନ୍ତି ଯେ ଯେ ଲକ୍ଷ୍ନୋ-ଆଗ୍ରା ଏକ୍ସପ୍ରେସ େଓ୍ଵରେ ଯାଉଥିବା ବେଳେ ହଠାତ ହସନଗଞ୍ଜ ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିବା ଏକଗାଡ଼ିକୁ ଦେଖି ନିଜ ଗାଡ଼ିକୁ ଅଟକାଇ ଦେଇଥିଲେ। ସଙ୍ଗେ ସଙ୍ଗେ ସେ ଓ ତାଙ୍କ ସୁରକ୍ଷା କର୍ମୀମାନେ ଗାଡ଼ିପାଖରେ ପହଞ୍ଚିଥିଲେ। ଗାଡ଼ି ଭିତରେ ଓ ଗାଡ଼ି ବାହାରେ ୩ ଜଣ ଇସ୍କନ ଭକ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସେ ତାଙ୍କ ସୁରକ୍ଷା କର୍ମୀକ ସହଯୋଗରେ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ନିଜ ସହିତ ଥିବା ଅନ୍ୟ ଏକ ଗାଡ଼ିରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଲକ୍ଷ୍ନୋ ଟ୍ରମା ସେଣ୍ଟରକୁ ଓ ଜଣକୁ ହସନଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ।