୧୧ ଲକ୍ଷର ଛେଳି ଖାଉଛି କାଜୁ ଓ ବାଦାମ

ନୂଆଦିଲ୍ଲୀ: ନିକଟରେ ଏକ ବ୍ୟୟବହୁଳ ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଛେଳିର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବ୍ୟୟ ବହୁଳ ଛେଳିକୁ ଆସନ୍ତା ବକରି-ଇଦରେ ବଳି ପକାଯିବ ।

ତେବେ ଆଗାମୀ ୨୦ ତାରିଖରେ ମୁସଲମାନଙ୍କ ପର୍ବ ବକରି-ଇଦ୍ ବା ଇଦ-ଉଲ ଜୁହା ପାଳନ ହେବ । ଏହିଦିନ ଛେଳିକୁ ବଳି ଦେବାର ପ୍ରଥା ରହିଛି । ଯାହାକୁ କୁହାଯାଏ କୁର୍ବାନୀ । ତେବେ ଏଥିପାଇଁ ମଧ୍ୟ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି ।

ଛେଳିଟିର ନାମ- ତୈମୁର । ଏହାର ଓଜନ ୧୯୨ କିଲୋଗ୍ରାମ । ସୁରଟର ଜଣେ ବିଲଡର ଏହି ଛେଳିଟିକୁ କୁର୍ବାନୀ ଦେବା ଲାଗି ଆଣିଥିବା କୁହାଯାଉଛି। ଆଉ ଏହି ଛେଳିଟି ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି ।

ପଞ୍ଜାବି ପ୍ରଜାତିର ଏହି ଛେଳିଟିର ଉଚ୍ଚତା ୪୬ ଇଞ୍ଚ ଥିବା ବେଳେ ବୟସ ଅଢେଇ ବର୍ଷ । ସୁରଟର ଜବର ଭାଇ ସୁରତିଏ ଏହି ଛେଳିଟିକୁ ବକରି-ଇଦରେ କୁର୍ବାନୀ ଦେବା ପାଇଁ ଜଣେ ପଶୁପାଳକଙ୍କଠାରୁ ୧୧ ଲକ୍ଷ ଟଙ୍କା ଦେଇ କିଣିଛନ୍ତି ।

ଏହି ଛେଳିର ଖାଦ୍ୟ ସାଧାରଣ ଛେଳି ଭଳି ନୁହେଁ, ଛେଳିଟି ପ୍ରତିଦିନ କାଜୁ ଓ ବାଦାମ ସହ ଦିନକୁ ୪ ଲିଟର କ୍ଷୀର ପିଇଥାଏ। କେବଳ ଏତିକି ନୁହେଁ, ପ୍ରତିଦିନ ପ୍ରାୟ ୧ ଘଣ୍ଟା ତାର ମାଲିସ ମଧ୍ୟ କରାଯାଇଥାଏ।

ସମ୍ବନ୍ଧିତ ଖବର