ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା

ନୂଆଦିଲ୍ଲୀ: ଆଇସକ୍ରିମ୍ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ସାରା ଦୁନିଆରେ ବିଭିନ୍ନ ପ୍ରକାରର ଆଇସକ୍ରିମ୍ ମିଳିଥାଏ । ଆପଣମାନେ ମଧ୍ୟ କେବେ ନା କେବେ ନିଶ୍ଚୟ ଆଇସକ୍ରିମ୍ ଖାଇଥିବେ । ତେବେ ସାଧାରଣତଃ ଆଇସକ୍ରିମକୁ ଆପଣ କେତେ ଟଙ୍କା ଦେଇ କିଣିଥିବେ । ୫୦ ଟଙ୍କା ୧୦୦ ଟଙ୍କା, ନହେଲେ ଦାମୀ ଆଇସକ୍ରିମ୍ ହୋଇଥିଲେ ଅତି ବେଶୀରେ ୧ ହଜାର ଟଙ୍କା ଭିତରେ  କିନ୍ତୁ ଯଦି କେହି ଆପଣଙ୍କୁ ଆଇସକ୍ରିମ୍ ବାବଦକୁ ୬୦ ହଜାର ଟଙ୍କା ମାଗେ, ତେବେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ଭାବୁଥିବେ ଯେ, ସତରେ କ’ଣ ଆଇସକ୍ରିମର ଦାମ୍ ଏତେ ମହଙ୍ଗା ହୋଇପାରେ । ଆଇସକ୍ରିମରେ ଏମିତି କଣ ରହିଛି ଯେ, ଏହାର ଦାମ୍ ଏତେ ଅଧିକ । ତେବେ ଆସନ୍ତୁ ଜାଣିବା ଏହି ଆଇସକ୍ରିମରେ କ’ଣ ରହିଛି ସ୍ୱତନ୍ତ୍ରତା । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ମହଙ୍ଗା ଆଇସକ୍ରିମ ବାବଦରେ କହିବୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ ।

ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ଲାକ୍ ଡାଇମଣ୍ଡ ଆଇସକ୍ରିମର ଦାମ ହେଉଛି ୮୪୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬୨, ୯୦୦ ଟଙ୍କା । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ ବୋଲି କୁହାଯାଏ ।
ଏବେ ଆପଣ ଭାବୁଥିବେ ଏହି ଆଇସକ୍ରିମରେ ଏମିତି ସ୍ୱତନ୍ତ୍ରତା କଣ ରହିଛି । ଏହି ଆଇସକ୍ରିମରେ ଇଟାଲିଆନ୍ ଟ୍ରଫଲ୍ସ, ଏମବ୍ରୋସିୟଲ ଇରାନୀ କେସର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନାର କୋଟ୍ ଦିଆଯାଇଥାଏ । ଯେଉଁଥିପାଇଁ ଏହି ଆଇସକ୍ରିମର ସ୍ୱାଦ ବେଶ୍ ନିଆରା । ଏବଂ ସାରା ବିଶ୍ୱରେ ଏହା ସବୁଠାରୁ ମହଙ୍ଗା ଆଇସକ୍ରିମ୍ ।

ସମ୍ବନ୍ଧିତ ଖବର