ସାଇବର୍‌ କ୍ରାଇମ୍‌ ବିଶେଷଜ୍ଞମାନଙ୍କ ପାଇଁ କିଭଳି ନିଯୁକ୍ତିର ସୁଯୋଗ ରହିଛି ?

ଏବେ କଂପ୍ୟୁଟରର ଯୁଗ । ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉର୍ଠି କଂପ୍ୟୁଟରର ପ୍ରୟୋଗ ନ ହେଉଛି । ଏହି କାରଣରୁ କଂପ୍ୟୁଟର ଆଜି ଆମ ଜୀପନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି । କଂପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ୍‌ ମଧ୍ୟ ଆଜିର ଏକ ବଡ ଆବଶ୍ୟକତା ହୋଇଯାଇଛି । ଇଣ୍ଟରନେଟ୍‌ର ବ୍ୟବହାର ଆମର ଜୀବନକୁ ସହଜ ଓ ସରଳ କରିଛି । ତେବେ ବ୍ୟାପକ ଇଣ୍ଟରନେଟ୍‌ ବ୍ୟବହାର ଯୋଗୁଁ ଅନ୍‌ଲାଇନ ସାଇବର କ୍ରାଇମ୍‌ ମଧ୍ୟ ବଢିଯାଇଛି ।

 

ବ୍ୟାପକ ଇଣ୍ଟରନେଟ୍‌ ବ୍ୟବହାର ଯୋଗୁଁ ଅନ୍‌ଲାଇନ ସାଇବର କ୍ରାଇମ୍‌ ମଧ୍ୟ ବଢିଯାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସାଇବର୍‌ କ୍ରାଇମ୍‌ ବିଶେଷଜ୍ଞମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ରହିଛି । ଆଇଟି ଫାର୍ମ, ପୋଲିସ୍‌ ବିଭାଗ, ଡିଫେନ୍ସ ସେକ୍ଟର, ମିଡିଆ ହାଉସ୍‌ , ସ୍କୁଲ୍‌, କଲେଜ୍‌ ଆଦିରେ ମଧ୍ୟ ନିଯୁକ୍ତି ର ବ୍ୟବସ୍ଥା ରହିଛି । ଫରେନ୍‌ସିକ୍‌ ଏକ୍ସପର୍ଟ , ଫରେନସିକ୍‌ ସାଇଣ୍ଟିଷ୍ଟ୍‍ , ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ, ଫିଙ୍ଗର ଫ୍ରିଣ୍ଟ୍‌ ଏକ୍ସପର୍ଟ, ଫରେନ୍‌ସିକ୍‌ ମେଡିକାଲ୍‌ ଏଗ୍‌ଜାମିନର୍‌, ଫରେନ୍‌ସିକ୍‌ ଏନାଲିଷ୍ଟ ଆଦି ପଦବି ରେ ନିଯୁକ୍ତ ହୋଇପାରିବ । ଉଭୟ ଦେଶ, ବିଦେଶରେ ଫରେନ୍‌ସିକ୍‌ ଏକ୍ସପର୍ଟ ମାନଙ୍କ ପାଇଁ ମୋଟା ଅଙ୍କର ଦରମାର ବ୍ୟବସ୍ଥା ରହିଛି ।

ଇଣ୍ଟରନେଟ୍‌ ଦୁନିଆଁକୁ ସାଇବର ସ୍ପେସ୍‌ ବୋଲି କୁହାଯାଉଛି । ସମଗ୍ର ବିଶ୍ୱରେ ସାଇବର ସ୍ପେସ୍‌ର ନିଜର ଆଇନ୍‌ କାନୁନ ଅଛି । ଏହି ଆଇନ୍‌ ଦ୍ୱାରା ସାଇବର ରେ ଅପରାଧ କରୁଥିବା ଅପରାଧୀମାନଙ୍କୁ ଧରି ହେବ । ସାଇବର କ୍ରାଇମ୍‌ ଭିତରେ ଇଣ୍ଟରନେଟ୍‌ରେ କ୍ରେଡିଟ କାଡ୍‌ ଚୋରି ,ବ୍ଲାକ୍‌ ସେଲିଫ୍‌ ,କପି ରାଇଟ୍‌ ଓ ଟ୍ରେଡ ମାର୍କ ଫ୍ରଡ୍‌ , ପର୍ଣ୍ଣୋଗ୍ରାଫି ଭଳି ଅନେକ ଅପରାଧିକ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ସବୁ ଅପରାଧ ରୋକିବା ଲାଗି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ମହାନଗରମାନଙ୍କରେ ସାଇବର କ୍ରାଇମ୍‌ ସେଲ୍‌ ଖୋଲାଯାଇଛି । ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସାଇବର୍‌ ସଂପର୍କରେ ବିଶେଷ ସୂଚନା ଦିଆଯାଇଥାଏ ।

ଇ-ମେଲ୍‌ ହ୍ୟାକ୍‌ କରି ତଥା ଚୋରି, କଂପାନୀ ଗୁଡିକର ଗୁପ୍ତ ତଥା ହେରଫେର, ସଫ୍ଟେଓ୍ଵର୍‌ ଚୋରି, ଏସ୍‌ଏମ୍‌ଏସ୍‌ ହ୍ୟାକିଂ, ଫଟୋ ସେଆରିଂ, ବ୍ୟାଙ୍କ ଖାତାରୁ ଅର୍ଥ ଦେଣ ନେଣ, ନକଲି ଆଇଡି ପ୍ରସ୍ତୁତ କରି ଚାଟିଂ,ବ୍ଲାକ୍‌ମେଲ୍‌ ଆଦି ମଧ୍ୟ ସାଇବର୍‌ କ୍ରାଇମ୍‌ ମଧ୍ୟରେ ଅର୍ନ୍ତଭୁକ୍ତ ।

photo-express.co.uk

ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସାଇବର୍‌ କ୍ରାଇମ୍‌ ବିଶେଷଜ୍ଞମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ରହିଛି । ଆଇଟି ଫାର୍ମ, ପୋଲିସ୍‌ ବିଭାଗ, ଡିଫେନ୍ସ ସେକ୍ଟର, ମିଡିଆ ହାଉସ୍‌ , ସ୍କୁଲ୍‌, କଲେଜ୍‌ ଆଦିରେ ମଧ୍ୟ ନିଯୁକ୍ତି ର ବ୍ୟବସ୍ଥା ରହିଛି । ଫରେନ୍‌ସିକ୍‌ ଏକ୍ସପର୍ଟ , ଫରେନସିକ୍‌ ସାଇଣ୍ଟିଷ୍ଟ୍‍ , ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ, ଫିଙ୍ଗର ଫ୍ରିଣ୍ଟ୍‌ ଏକ୍ସପର୍ଟ, ଫରେନ୍‌ସିକ୍‌ ମେଡିକାଲ୍‌ ଏଗ୍‌ଜାମିନର୍‌, ଫରେନ୍‌ସିକ୍‌ ଏନାଲିଷ୍ଟ ଆଦି ପଦବି ରେ ନିଯୁକ୍ତ ହୋଇପାରିବ । ଉଭୟ ଦେଶ, ବିଦେଶରେ ଫରେନ୍‌ସିକ୍‌ ଏକ୍ସପର୍ଟ ମାନଙ୍କ ପାଇଁ ମୋଟା ଅଙ୍କର ଦରମା ର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର