ଭାରତୀୟ ଯୁବକଙ୍କୁ ଫେସବୁକ ଦେଲା ଦେଢ଼ କୋଟି ଟଙ୍କାର ଚାକିରି

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ଯୁବକଙ୍କୁ ସଫଳତା | ଫେସବୁକ ଦେଲା ୧ କୋଟି ୫୫ ଲକ୍ଷ ଟଙ୍କାର ଚାକିରି ଅଫର | ଏଠାରେ ପଢ଼ୁଥିବା ବିଟେକ ସାଇନ୍ସ ଆଣ୍ଡ ଇଂଜିନିୟରିଂର ଛାତ୍ରଙ୍କୁ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ ଏଭଳି ଏକ ଚାକିରିର ଅଫର ଦେଇଛି | ଅର୍ଥାତ ମାସକୁ ଏହି ଛାତ୍ରଙ୍କୁ ପ୍ରାୟ ୧୩ ଲକ୍ଷ ଟଙ୍କାର ଦରମା ମିଳିବ | ବଡ କଥା ଯେ ୨୦୨୦ରେ ପାସ ହେବାକୁ ଥିବା ୫୬୨ ଜଣ ବିଦ୍ୟାର୍ଥୀଙ୍କୁ ଏଭଳି ଚାକିରି କରିବାର ସୁଯୋଗ ଦେଇଛି ଫେସବୁକ |

କେବଳ ଏତିକି ନୁହେଁ ୨୦୨୧ରେ ପାସ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଲଣ୍ଡନରେ ଈଂଟର୍ନସିପ(ଟ୍ରେନିଂ) ପାଇଁ ପ୍ରତି ମାସ ୩.୩୧ ଲକ୍ଷ କୋଟି ଟଙ୍କାର ଷ୍ଟାଇପେଣ୍ଡ ଅଫର ମଧ୍ୟ ଦିଆଯାଇଛି |

କ୍ୟାମ୍ପସ ପ୍ଲେସମେଣ୍ଟରେ ୭୦ରୁ ଅଧିକ କମ୍ପାନୀ ସାମିଲ ହୋଇଥିଲେ | ଏହି କମ୍ପାନୀମାନେ ସମୁଦାୟ ୫୬୨ ଜଣ ପିଲାଙ୍କୁ ଚାକିରି ଅଫର ଦେଇଥିବାବେଳେ ୭ ଜଣ ପିଲାଙ୍କୁ ମାସିକ ୧୩ ଲକ୍ଷ ଟଙ୍କାର ଚାକିରି ଅଫର ଦିଆଯାଇଛି | ଏହି ନିଯୁକ୍ତିରେ ୧୦ ଜଣଙ୍କୁ ଫୁଲଟାଇମ, ୨୫୨ ଜଣଙ୍କୁ ଟ୍ରେନିଂର ଅଫର ଦିଆଯାଇଛି | ବିଟେକରେ ପାଖାପାଖି ୭୪ ପ୍ରତିଶତ ଚାକିରି ଅଫର ଦିଆଯାଇଛି |

ସମ୍ବନ୍ଧିତ ଖବର