ଆଜକୁ ଦୁଇ ଦଶନ୍ଧି ତଳେ ୨୦୦୪ ଫେବ୍ରୁଆରି ୪ ତାରିଖରେ ହାଭାର୍ଡ ବିଶ୍ବବିଦ୍ୟାଳୟର ଦଳେ ଛାତ୍ର ସାମାଜିକ ଗଣମାଧ୍ୟମ ‘ଫେସବୁକ୍‌’ ଆରମ୍ଭ କରିଥିଲେ। ଧୀରେ ଧୀରେ ତାହା ବିଶ୍ବବ୍ୟାପୀ ଆଦୃତ ହୋଇ ଅନ୍ୟତମ ବୃହତ୍ତମ ସାମାଜିକ ଗଣମାଧ୍ୟମ ମଞ୍ଚର ମାନ୍ୟତା ଲାଭ କରିଛି। ଏହାର କୋଡ଼ିଏ ବର୍ଷ ପୂର୍ତ୍ତି ଅବସରରେ ଏହାର ପ୍ରତିଷ୍ଠାତା ସିଇଓ ମାର୍କ ଜୁକରବର୍ଗ ନିଜର ସେହି ପ୍ରାରମ୍ଭିକ ଉଦ୍ୟମକୁ ମନେ ପକାଇଛନ୍ତି। ଗତ ରବିବାର ସେ ନିଜର ସେତେବେଳର ସାଦାସିଧା ଫଟୋ ସହିତ ନିଜର ବ୍ୟକ୍ତିଗତ ସୂଚନା ସମ୍ବଳିତ ଫେସ୍‌ବୁକ୍‌ ପୃଷ୍ଠାର ଚିତ୍ର ଛାଡ଼ିଥିଲେ।

Advertisment

‘୨୦ ବର୍ଷ ଅତିକ୍ରାନ୍ତ, ତଥାପି ସେମିତି କାମ କରୁଛି’। ତାଙ୍କ ପତ୍ନୀ ପ୍ରିସିଲା ଚାନ୍‌ ଫେସ୍‌ବୁକ୍‌ ପ୍ରତିଷ୍ଠା ସମୟକୁ ମନେ ପକାଇ ସବୁ କାଲି ପରି ଲାଗୁଛି ବୋଲି ଲେଖିଛନ୍ତି। ସମ୍ପ୍ରତି ଫେସ୍‌ବୁକ୍‌ର ଏତେ ଉପାଦେୟତା ସତ୍ତ୍ବେ ବ୍ୟବହାରକାରୀଙ୍କ ପାଇଁ ଆହୁରି ବହୁତ କିଛି ଆସିବାକୁ ବାକି ରହିଛି ବୋଲି ଜୁକରବର୍ଗ କହିଛନ୍ତି।

ସେହିପରି ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ତାଙ୍କର ଏହି ଉଦ୍ୟମରେ କିପରି ଅନେକ ବ୍ୟକ୍ତି ସାମିଲ ହୋଇ ଆଜି ଫେସବୁକ୍‌କୁ ସ୍ବନାମଧନ୍ୟ ମେଟା ପ୍ଲାଟଫର୍ମରେ ପହଞ୍ଚାଇଛନ୍ତି, ସେ ସମ୍ପର୍କରେ ସମ୍ୟକ୍‌ ବିବରଣୀ ରହିଛି। ୨୦୦୪ ମସିହାରେ ଆରମ୍ଭ ବେଳେ ଫେସବୁକ୍‌କୁ ମାତ୍ର ୪୦୦ରୁ ୫୦୦ ଲୋକ ଆସିବେ ବୋଲି ସେ ଆଶା କରିଥିଲେ, ମାତ୍ର କେଇ ମାସ ଭିତରେ ସେହି ସଂଖ୍ୟା ଲକ୍ଷେ ଟପିଯାଇଥିଲା। ବିଶେଷ କରି କଲେଜ ପିଲାଙ୍କ ଗହଣରେ ତାହା ଆଲୋଡ଼ନ ଆଣିଥିଲା ଏବଂ ତାହା ‘ଲୋକଙ୍କ ବିଷୟରେ କିଛି ରୋଚକ ସୂଚନା ମିଳିବାର ମଞ୍ଚ’ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ। ଜୁକରବର୍ଗ ୨୦୦୪ରେ ହାଭାର୍ଡ ଡର୍ମିଟୋରିରେ କାମ କରୁଥିବା ବେଳର ଗୋଟିଏ ଫଟୋ ସାଙ୍ଗକୁ ଦୁଇ ଦଶନ୍ଧି ପରେ ବର୍ତ୍ତମାନ ମଧ୍ୟ ସମାନ ଢଙ୍ଗରେ କାମ କରୁଥିବାର ଦୁଇଟି ଚିତ୍ର ଛାଡ଼ିବା ସହିତ ଲେଖିଛନ୍ତି- ‘୨୦ ବର୍ଷ ଅତିକ୍ରାନ୍ତ, ତଥାପି ସେମିତି କାମ କରୁଛି’। ତାଙ୍କ ପତ୍ନୀ ପ୍ରିସିଲା ଚାନ୍‌ ଫେସ୍‌ବୁକ୍‌ ପ୍ରତିଷ୍ଠା ସମୟକୁ ମନେ ପକାଇ ସବୁ କାଲି ପରି ଲାଗୁଛି ବୋଲି ଲେଖିଛନ୍ତି। ସମ୍ପ୍ରତି ଫେସ୍‌ବୁକ୍‌ର ଏତେ ଉପାଦେୟତା ସତ୍ତ୍ବେ ବ୍ୟବହାରକାରୀଙ୍କ ପାଇଁ ଆହୁରି ବହୁତ କିଛି ଆସିବାକୁ ବାକି ରହିଛି ବୋଲି ଜୁକରବର୍ଗ କହିଛନ୍ତି।