ଫେସ୍‌ବୁକ୍‌ର ନୂଆ ଫିଚର୍ସ୍‌: ଓ୍ଵାଚ୍‌ ପାର୍ଟି, ଜାଣନ୍ତୁ କ’ଣ ରହିଛି ଖାସ୍‌ ଏଥିରେ, କେମିତି କରିବେ ବ୍ୟବହାର

ଫେସ୍‌ବୁକ୍‌ ଓ୍ଵାଚ ପାର୍ଟି ନାମକ ଏକ ନୂଆ ଫିଚର୍ସ୍‌ ଲଞ୍ଚ୍‌ କରିଛି। ଏହା ସାହାଯ୍ୟରେ ବ୍ୟବହାରକାରୀ ରିୟଲ୍‌ ଟାଇମ୍‌ ଭିଡିଓ ଦେଖି ପାରିବେ। ବର୍ତ୍ତମାନ ଏହି ଫିଚର୍ସ୍‌ କେବଳ ଫେସ୍‌ବୁକ୍‌ ଗ୍ରୁପ୍‌ ୟୁଜର୍ସଙ୍କ ପାଇଁ ଆରମ୍ଭ କରିଛି, କିନ୍ତୁ ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ ପେଜ୍‌ ପାଇଁ ମଧ୍ୟ ଲଞ୍ଚ୍‌ କରିବ। ଫେସ୍‌ବୁକ୍‌ କହୁଛି ଯେ ଯଦି ବ୍ୟବହାରକାରୀ ସିଧା ନିଜର ପ୍ରୋଫାଇଲ୍‌ରୁ ଓ୍ଵାଚ୍‌ ପାର୍ଟି ଆରମ୍ଭ କରିଲେ, ଫେସ୍‌ବୁକ୍‌ରେ ଭିଡିଓ ଦେଖିବା ଆହୁରି ସହଜ ହୋଇଯିବ।

ଆଡ୍‌ଅନ୍‌ ଜରିଆରେ ଆହୁରି ୨ଟି ଫିଚର୍ସ୍‌ ମଧ୍ୟ ଆଡ୍‌ କରିଛି ଫେସ୍‌ବୁକ୍‌।
କୋ-ହୋଷ୍ଟିଙ୍ଗ୍‌ ଫିଚର୍‌ –ଏହା ସାହାଯ୍ୟରେ ଓ୍ଵାଚ୍‌ ପାର୍ଟି ହୋଷ୍ଟ୍‍ କରୁଥିବା ଗ୍ରୁପ୍‌ର କୌଣସି ଅନ୍ୟ ମେମ୍ବରଙ୍କୁ କୋ-ହୋଷ୍ଟ୍‍ ଭାବେ ଆଡ୍‌ କରିହେବ। କୋ-ହୋଷ୍ଟ୍‍ ପୁଣି ନୁଆ ଭିଡିଓ ମଧ୍ୟ ଆଡ୍‌ କରିପାରିବେ।
କ୍ରାଉଡ୍‌ ସୋର୍ସିଂ ଫିଚର୍‌ –ମାଧ୍ୟମରେ ଗ୍ରୁପ୍‌ର ଯେକୌଣସି ମେମ୍ବର ଓ୍ଵାଚ୍‌ ପାର୍ଟି ଯିଏ ହୋଷ୍ଟ୍‍ କରୁଥିବ ତାଙ୍କୁ ଭିଡିଓ ଆଡ୍‌ କରିବା ପାଇଁ କହି ପାରିବେ।

କେମିତି କରିବେ ବ୍ୟବହାର ଓ୍ଵାଚ୍‌ ପାର୍ଟି
ଷ୍ଟେପ୍‌ ୧: ପ୍ରଥମେ ଫେସ୍‌ବୁକ୍‌ ଖୋଲନ୍ତୁ।
ଷ୍ଟେପ୍‌ ୨: ଏବେ ଯେଉଁ ଗ୍ରୁପ୍‌ରେ ଓ୍ଵାଚ୍‌ ପାର୍ଟି ଆରମ୍ଭ କରିବାକୁ ଚାହୁଁଛନ୍ତି ସେଠାକୁ ଯାଆନ୍ତୁ।
ଷ୍ଟେପ୍‌ ୩: ଏବେ ପୋଷ୍ଟ୍‍ କରିବାର ଅପ୍‌ସନ୍‌କୁ ଯାଆନ୍ତୁ ଓ ସେଠାରେ କ୍ଲିକ୍‌ କରି ଓ୍ଵାଚ୍‌ ପାର୍ଟି ଅପ୍‌ସନ୍‌ ସିଲେକ୍ଟ୍‌ କରନ୍ତୁ।
ଷ୍ଟେପ୍‌ ୪: ବର୍ତ୍ତମାନ କେପ୍‌ସନ୍‌ ଲେଖି ଆଡ୍‌ ଭିଡିଓରେ କ୍ଲିକ୍‌ କରନ୍ତୁ।
ଷ୍ଟେପ୍‌ ୫: ଫେସ୍‌ବୁକ୍‌ ବର୍ତ୍ତମାନ ଅନେକ ବିଭାଗରେ ଆପଣଙ୍କୁ ଭିଡିିଓ ଦେଖାଇବ। ସେଥିରୁ ଲାଇଭ୍‌, ଓ୍ଵାଚ୍ଡ, ସର୍ଚ୍ଚ୍‌କୁ ଯାଇ ଭିଡିଓ ଚୟନ କରନ୍ତୁ ଓ ପୁଣି ଫେରିକି ପୋଷ୍ଟ୍‍ରେ କ୍ଲିକ୍‌ କରନ୍ତୁ।
ଷ୍ଟେପ୍‌ ୬: ଭିଡିଓ ପୋଷ୍ଟ୍‍ କଲା ପରେ ଆପଣଙ୍କ ପାର୍ଟି ଆରମ୍ଭ ହୋଇଯିବ। ଏବେ ଗ୍ରୁପ୍‌ ମେମ୍ବର୍ସ୍‌ଙ୍କୁ ଇନ୍‌ଭାଇଟ୍‌ କରି ସାଙ୍ଗମାନଙ୍କ ସହ ଭିଡିଓ ପାର୍ଟିର ମଜା ନେଇ ପାରିବେ।

ସମ୍ବନ୍ଧିତ ଖବର