ଖାଲି ଫେସବୁକ୍‌ରେ ଫିଡ଼୍‍ ସ୍କୋଲ କରୁଛନ୍ତି କି ? ଏହା କରିପାରେ ଆପଣଙ୍କୁ ଦୁଃଖି

କାଲିଫର୍ଣ୍ଣିଆ: ଆଜିକାଲି ଯୁବପିଢ଼ି ନିଜର ସମସ୍ତ ସମୟ ସୋସିଆଲ ମିଡ଼ିଆରେ ବିତାଉଛି। ଏପରି ଅନେକ ସମୟରେ ଦେଖିବାକୁ ମିଳିଛି ଲୋକ କିଛି ପୋଷ୍ଟ କିମ୍ବା କାହା ସହ କଥା ନହୋଇ କେବଳ ଫିଡ଼୍‍ ସ୍କୋଲ୍‌ କରିଥାଏ । ତେବେ ଏସଂପର୍କରେ ଗୁଟକା କମ୍ପାନି ଯେପରି ଧୂମପାନ ଶରୀର ପ୍ରତି ହାନିକାରକ ବୋଲି ସୂଚନା ଦେଇଥାନ୍ତି, ସେହିପରି ଅତ୍ୟଧିକ ଫେସ୍‌ବୁକ ବ୍ୟବହାର ସ୍ୱସ୍ଥ୍ୟ ପ୍ରତି କ୍ଷତି ବୋଲି ନିଜ ବିଷୟରେ କହିଛି ଫେସବୁକ। ଫେସବୁକ୍‌ର ଡାଟା ଚୋରି ମାମଲା ପରେ ଦୁଇଟି ପକ୍ଷ ପ୍ରଦାନ କରି ଫେସବୁକ କମ୍ପାନି ଏକ ବ୍ଲଗ ପୋଷ୍ଟ କରିଛି ।ଏଥିରେ ସେ ଫେସବୁକ୍‌ରେ କିଛି ଆକ୍ଟିଭିଟି ନକରି ଖାଲି ଫିଡ଼୍‍ ସ୍କୋଲ୍‌ କଲେ ଲୋକ ଦୁଃଖି ହେଉଥିବା କୁହାଯାଇଛି।

MakeUseOf

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଅଧିକ ଟେକ୍ନୋଲୋଜି ଜିନିଷ ବ୍ୟବହାର ଦ୍ୱାରା କିଶୋରମାନେ ଅବସାଦ ଅନୁଭୂତ କରିଥାନ୍ତି। ଅନଲାଇନରେ ନିଜ ପ୍ରିୟ ସାଙ୍ଗମାନଙ୍କ କାର୍ଯ୍ୟକଳାପ ଦ୍ୱାରା ଏହାର ପ୍ରଭାବ ପଡ଼ିଥାଏ ବୋଲି ଜଣାପଡ଼ିଛି। ଅବଶ୍ୟ ଏହା ନିଃସନ୍ଧେହ ଫେସବୁକ ଲୋକଙ୍କ ମଧ୍ୟରେ ସଂପର୍କ ସୃଷ୍ଟି କରିବାରେ ଏକ ସୁବିଧା ଏବଂ ସହଜ ମାଧ୍ୟମ ପାଲିଟିଛି। ଫେସ୍‌ବୁକ୍‌ ଠାରୁ ନିଜକୁ ଦୁରେଇ ରଖିବା ଅସମ୍ଭବ କିନ୍ତୁ ଆମେ ଯଥା ସମ୍ବବ ଏହାକୁ କମ୍‌ ବ୍ୟବହାର କରିପାରିବ ।

Psychology Today

ଫେସ୍‌ବୁକ୍‌ର ଅନୁସନ୍ଧାନ ନିର୍ଦ୍ଦେଶକ ଡ଼େବିଡ଼ ଗିନ୍ସବର୍ଗ ଏବଂ ବୈଜ୍ଞାନିକ ମୋଇରା ବର୍କର୍ ମିଚିଗାପ ବିଶ୍ୱବିଦ୍ୟାଳୟର ଛାତ୍ରଛାତୀଙ୍କ ଉପରେ କରାଯାଇଥିବା ମାନସିକ ସ୍ତରର ଅନୁସନ୍ଧାନକୁ ଏକ ପତ୍ରିକାର ପ୍ରକାଶ କରିଛନ୍ତି । ଅନୁସନ୍ଧାନରେ ଛାତ୍ରଛାତ୍ରୀ ମାନଙ୍କୁ ୧୦ ମିନିଟ ପାଇଁ ଫେସବୁକ୍‌ ଫିଡ଼ ପଢ଼ିବାକୁ ଦିଆଯାଇଥିଲା ।ଯାହାପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅପେକ୍ଷା ସେମାନେ କିଛି ମାତ୍ରାରେ ଦୁଃଖି ଥିବା ଜଣାପଡ଼ିଥିଲା । ତେବେ ସିଧାସଳଖ ଭାବେ ମେସେଜ ବା ପୋଷ୍ଟ ପ୍ରାପ୍ତ କରିବା ଏବଂ ଜଣଙ୍କ ଟାଇମଲାଇନ୍‌ରେ କମେଣ୍ଟ କଲେ ମାନସିକ ଉତଫୁଲତା ଦେଖାଯାଇଥାଏ ବୋଲି ବର୍କ ପ୍ରୋଫେସର କାର୍ନିଗୀ ମେଲନ କରିଥିବା ଏକ ଅନୁସନ୍ଧାନ ବିଷୟରେ କହିଛନ୍ତି । ‘ଖାଲି ଷ୍ଟାଟସ୍‌ ପ୍ରସାରଣ କଲେ ହେବନାହିଁ ବରଂ ଲୋକଙ୍କୁ ନିଜ ପରିସର ମଧ୍ୟରେ ନିଜ ମଧ୍ୟରେ ବାର୍ତ୍ତାଲାପ କରିବାକୁ ପଡ଼ିବ’, ବୋଲି କମ୍ପାନି ଏହାର ବ୍ଳଗ୍‌ରେ କହିଛି।

ସମ୍ବନ୍ଧିତ ଖବର