ଭାରତୀୟ ନେତାଙ୍କ ପାଇଁ ଫେସବୁକ୍‌ର ଉପହାର: ନିର୍ବାଚନ ପ୍ରଚାର ପାଇଁ ଆରମ୍ଭ ହେଲା ହଟଲାଇନ୍‌ ଫିଚର

ନୂଆଦିଲ୍ଲୀ : ଫେସବୁକ୍‌ର ଡ଼ାଟା ଚୋରି ମାମଲା ସାମ୍ନାକୁ ଆସିବା ପରେ ଏହାର ଆପରେ ଏବଂ ଫିଚରରେ ବହୁ ପ୍ରକାରର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଖାସ ଭାରତୀୟ ନେତା ଏବଂ ଏଠାରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପାଇଁ ଫେସବୁକ୍‌ ଏକ ବିଶେଷ ଫିଚର ଅପଡ଼େଟ କରିଛି । ଏହି ଫିଚରର ନାମ ‘ହଟଲାଇନ୍‌’ ରହିଥିବା ବେଳେ ଏହା ଦ୍ୱାରା ନେତା ରାଜନୈତିକ ଦଳର ସମସ୍ତ ଡ଼ାଟା ସୁରକ୍ଷିତ ରହିବା ସହିତ ନିର୍ବାଚନ ପ୍ରଚାର ମଧ୍ୟ ସହଜ ହୋଇପାରିବ । ଏହା ବିଷୟରେ ନିଜେ ଫେସବୁକ୍‌ ମିଡ଼ିଆକୁ ସୂଚନା ପ୍ରଦାନ କରିଛି ।

CNBC.com

ଫେସବୁକ୍‌ର ଏହି ହଟଲାଇନ ଫିଚର ଦ୍ୱାରା କୌଣସି ପ୍ରକାରର ଡ଼ାଟା ଲିକ୍‌ ଦ୍ୱାରା ଭାରତ ସରକାରଙ୍କ ଇଲୋଟ୍ରୋନିକ୍‌ ଆଇଟି ମନ୍ତ୍ରାଳୟ ଠାରେ ଅଭିଯୋଗ ପଳାଇଯିବ । ଏଥିସହ ଫେସବୁକ୍‌ ଡ଼ାଟା ଗୁଡ଼ିକର ଉତ୍ତମ ସୁରକ୍ଷା ପାଇଁ ସାଇବର ସିକ୍ୟୁରିଟି ଗାଇଡ଼ ଆରମ୍ଭ କରିଛି। ଏହା ଦ୍ୱାରା ଡ଼ାଟାଗୁଡ଼ିକୁ ଅଧିକ ସୁରକ୍ଷା ମିଳିବା ସହ ଡ଼ାଟା ଚୋରି ଉପରେ ନିୟନ୍ତ୍ରଣ ରଖାଯାଇପାରିବ ।

ଫେସବୁକ୍‌ର ଜଣେ ଅଧିକାରୀଙ୍କ ଅନୁଯାୟୀ , ଭାରତରେ ନିର୍ବାଚନ ସମୟରେ ରାଜନୈତିନ ଦଳ ଗୁଡ଼ିକ ପ୍ରଚାରର ମାଧ୍ୟମ କରିଥାନ୍ତି । ଫେସବୁକ ଦ୍ୱାରା ହିଁ ବିଭିନ୍ନ ପ୍ରକାରର ପ୍ରଚାର କରିବା ସହ ଅନେକ ଜରୁରୀ ସୂଚନା ପ୍ରଦାନ କରିଥାନ୍ତି । ଏଣୁ ବର୍ତ୍ତମାନ ଫେସବୁକ୍‌ ହଟଲାଇନ୍‌ ଦ୍ୱାରା ସହଜରେ ପ୍ରଚାର ହେବା ସହ ରାଜନୈତିକ ପାର୍ଟିଙ୍କର ଡ଼ାଟା ସୁରକ୍ଷିତ ରହିବ ।

ସମ୍ବନ୍ଧିତ ଖବର