ନୂଆଦିଲ୍ଲୀ: କେତେକ ବ୍ୟବହାରକାରୀ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଅନେକ ସମୟ ବିତାଇ ଥାଆନ୍ତି। କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ଫେସ୍ବୁକ୍ରେ କରାଯାଇଥିବା ପୋଷ୍ଟ ଆପଣଙ୍କ ସ୍ୱାସ୍ଥ୍ୟ ସୂଚନା ଦେଇ ପାରିବ।
ନିକଟରେ ହୋଇଥିବା ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି କି, ଫେସ୍ବୁକ୍ ପୋଷ୍ଟରୁ ବ୍ୟବହାରକାରୀଙ୍କ ରୋଗ ଓ ମନୁଷ୍ୟର ମାନସିକତା ବିଷୟରେ ଜଣାପଡ଼ି ପାରିବ।
ଏହି ଗବେଷଣା ଜରିଆରେ ବୈଜ୍ଞାନିକମାନେ ଦାବି କରିଛନ୍ତି କି, ସୋସିଆଲ ମିଡିଆ ବ୍ୟବହାର କରୁଥିବା ମଣିଷ ନିଜର ଶାରୀରିକ ଓ ମାନସିକ ସ୍ଥିିତିକୁ ଧ୍ୟାନରେ ରଖି ସୋସିଆଲ ମିଡିଆରେ କିଛି ବି ପୋଷ୍ଟ ସେୟାର କରିଥାଏ। ଯାହାକୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ କିଭଳି ଅଛି ତାହା କୁହାଯାଇ ପାରିବ।
ନିକଟରେ ୧୦୦୦ଜଣଙ୍କ ଫେସ୍ବୁକ୍ ପୋଷ୍ଟ ହିଷ୍ଟ୍ରି ଜରିଆରେ ଅଧ୍ୟୟନ କରାଯାଇଥିଲା। ବୈଜ୍ଞାନିକମାନେ ୧୦୦୦ଜଣଙ୍କ ଇଲୋକ୍ଟ୍ରିନିକ୍ ମେଡିକାଲ ରେକର୍ଡ ଡାଟା ଓ ପ୍ରୋଫାଇଲ ଲିଙ୍କକୁ ଯିବା ପାଇଁ ପ୍ରଥମେ ଅନୁମତି ନେଇଥିଲେ। ଏହାପରେ ବୈଜ୍ଞାନିକମାନେ ତିନିଟି ପର୍ଯ୍ୟାୟରେ ଗବେଷଣା କରିଥିଲେ। ପ୍ରଥମେ ବ୍ୟବହାରକାରୀଙ୍କ ଫେସ୍ବୁକ୍ ପୋଷ୍ଟର ଭାଷା ବିଶ୍ଳେଷଣ କରିଥିଲେ। ଦ୍ୱିତୀୟରେ ବୟସ ଓ ରୋଗୀଙ୍କ ଲିଙ୍ଗ ବିଶ୍ଳେଷଣ କରାଯାଇଥିଲା। ତୃତୀୟରେ ଏହି ଦୁଇ ପର୍ଯ୍ୟାୟର କେମିକାଲ ବିଶ୍ଳେଷଣ କରାଯାଇ ଏହି ରିପୋର୍ଟ ବାହାର କରିଛନ୍ତି।