୨୦୦ଟି ଆପ୍‌କୁ ଡିିଲିଟ କରି ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେଲା ଫେସବୁକ୍‌

ନୂଆଦିଲ୍ଲୀ : ସୋସିଆଲ ମିଡିିଆ ଫେସବୁକ୍‌ କେମ୍ବ୍ରିଜ୍‌ ଆନାଲିଟିକା ଦ୍ୱାରା ଗ୍ରାହକଙ୍କ ବ୍ୟକ୍ତିଗତ ଡ଼ାଟାର ବେଆଇନ ବ୍ୟବହାର କରିବା ପରେ ବର୍ତ୍ତମାନ ଏହାର ପ୍ଲାଟଫର୍ମରୁ ୨୦୦ଟି ଆପ୍‌କୁ ଡିଲିଟ କରାଯାଇଛି। ଫେସବୁକ୍‌ ପ୍ରଡ଼କ୍ଟ ପାଟର୍ନରସିପର ମୁଖ୍ୟ ଇମେ ଅର୍କିବେଙ୍ଗ ସୋମବାର ଦିନ ଅନ୍‌ଲାଇନ୍‌ରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଫେସବୁକ୍‌ ସହ ଜଡ଼ିତ ଥିବା ଆପ୍‌ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ଯାଞ୍ଚ କରାଯିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଡ଼ାଟାର ଭୁଲ ବ୍ୟବହାର କରୁଥିବା ୨୦୦ଟି ଆପ୍‌କୁ ଡ଼ିଲିଟ କରାଯାଇଛି।

india.com

ପୂର୍ବ ସୂଚନା ଅନୁଯାୟୀ , ଫେସବୁକ୍‌ରେ ୮.୭ କୋଟି ଗ୍ରାହକଙ୍କର ବ୍ୟକ୍ତିଗତ ଡ଼ାଟାକୁ ବ୍ୟବହାର କରାଯାଇ ତାହାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯିବାର ଆରୋପ ଲଗାଯାଇଥିଲା। ଘଟଣା ପରେ ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗ ଘଟଣା ସମ୍ବନ୍ଧରେ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ଗ୍ରାହକଙ୍କ ଡ଼ାଟା ସୁରକ୍ଷା ନିମନ୍ତେ ଫେସବୁକ୍‌ରେ ଅନେକ ପ୍ରକାରର ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ପ୍ରସ୍ତୁତ କରିବା ସହ ଫେସ୍‌ବୁକ୍‌ ସହ ଜଡ଼ିତ ଥିବା ଅନେକ ଆପକୁ ସଂପୂର୍ଣ୍ଣ ଭାବେ ଡ଼ିଲିଟ କରାଯାଇଛି। ଖାଲି ସେତିକି ନୁହଁ, ଫେସବୁକ୍‌ ସହ ମେସେଞ୍ଜର , ଇନ୍‌ଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ୍‌ରେ ବିଭନ୍ନ ପ୍ରକାରର ପରିବର୍ତ୍ତନ କରାଯାଇଛି। ଏଥିରେ ବର୍ତ୍ତମାନ ଗ୍ରାହକଙ୍କ ଡ଼ାଟା ଏବଂ ବ୍ୟକ୍ତିଗତ ତଥ୍ୟର ଖାସ ଧନ୍ୟ ରଖିବା ସହ ତାହାକୁ ଅଧିକ ସୁରକ୍ଷିତ କରାଇବା ପାଇଁ ଚେଷ୍ଟା କରାଯାଇଛି।

ସମ୍ବନ୍ଧିତ ଖବର