ନୂଆଦିଲ୍ଲୀ: ସାଧାରଣତଃ ଲୋକେ ସୋସିଆଲ ମିଡିଆର ବ୍ୟବହାର ମନୋରଞ୍ଜନ ତଥା ବନ୍ଧୁ ପରିଜନଙ୍କ ସହ ଚାର୍ଟିଂ ତଥା ମନର ଭାବକୁ ବ୍ୟକ୍ତ କରିବାର ମାଧ୍ୟମ ଭାବେ ଚୟନ କରିଥାନ୍ତି । ନିକଟରେ ଏକ ଖବର ପ୍ରକାଶ ପାଇଛି କି ଏଣିକି ଏହି ସୋସିଆଲ ମିଡିଆ ଆପଣଙ୍କର ଜୀବନ ମଧ୍ୟ ବଞ୍ଚାଇ ପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏନିଡିଆରଏଫ ଅର୍ଥାତ ନ୍ୟାସନାଲ ଡିଜାଷ୍ଟର ରିଲିଫ୍ ଫୋର୍ସ ତରଫରୁ ଲୋକମାନଙ୍କର ଜୀବନ ବଞ୍ଚାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇଛି । ଯେଉଁଥିରେ ଦୁର୍ଘଟଣା ସମୟରେ ସୋସିଆଲ ମିଡିଆ ତଥା ଫେସବୁକ୍ ତିନିଟି ଉପାୟରେ ସହଯୋଗ କରିବ ।
ତେବେ ପ୍ରଥମଟି ହେଉଛି Geographical targeted messaging। ଏଥିରେ ଦୁର୍ଘଟଣା ସମୟରେ କିମ୍ବା ପୂର୍ବରୁ କୌଣସି ଏକ ବିଶେଷ ଭୌଗୋଳିକ ସ୍ଥାନ ସଂପର୍କରେ ସୂଚିତ କରିବ। ଉଦାହରଣ ସ୍ୱରୂପ ଯଦି ନୂଆ ଦିଲ୍ଲୀରେ ଦୁର୍ଘଟଣା ଘଟେ ତେବେ ସେଠାକାର ଫେସବୁକ୍ ୟୁଜର୍ସଙ୍କୁ ହିଁ ଏନଡିଆରଏଫ ଦୁର୍ଘଟଣା ସଂପର୍କରେ ସୂଚିତ କରିବ । ଏହି କାମରେ ତାଙ୍କର ସହାୟତା ଏକ ବିଶେଷ ସଫ୍ଟୱୟାର କରିବ। ଯାହାକୁ ଫେସବୁକ୍ ସ୍ୱତନ୍ତ୍ର ରୂପରେ ଏନଡିଆରଏଫ ପାଇଁ ପ୍ରସ୍ତୁତ କରିଛି ।
ଦ୍ୱିତୀୟଟି ହେଲା, ଡିଜାଷ୍ଟର ଇନଫର୍ମମେସନ ଭଲେଂଟିୟର । ଏଥିରେ ଏନଡିଆରଏଫ ଏବଂ ଫେସବୁକ୍ ମିଳିତ ଭାବରେ ୨୦୦ ଭଲେଂଟିୟର ପ୍ରସ୍ତୁତ କରିଛି । ଯେଉଁମାନେ କି ଦୁର୍ଘଟଣାର ସୂଚନା ଫେସବୁକ ୟୁଜର୍ସଙ୍କୁ ଦେବେ । ଏହାବ୍ୟତୀତ ଏମାନେ ବଞ୍ଚାଇବାର ତରିକା ମଧ୍ୟ ଜନତାଙ୍କୁ ଜଣାଇବେ ।
ସେହିପରି ତୃତୀୟ ଉପାୟଟି ହେଉଛି କମ୍ୟୁନିଟି ଆୱାରନେସ । ଫେସବୁକ୍ ଜରିଆରେ ଏନଡିଆରଏଫ ଲୋକଙ୍କୁ ଜଣାଇବ କି ଦୁର୍ଘଟଣାଟି ବାସ୍ତବରେ ଘଟିଛି କି ନୁହେଁ । ପୃଥକ ପୃଥକ ସ୍ଥାନରେ ସେଠିକାର ବିପଦ ତଥା ଦୁର୍ଘଟଣା ସଂପର୍କରେ ବି ଏହାଦ୍ୱାରା ଲୋକେ ସୂଚନା ଜାଣିପାରିବେ ।
ବର୍ତ୍ତମାନ ପାଇଁ ଏହି ସୁବିଧା କେବଳ ଫେସବୁକ୍ ସହ ହୋଇପାରିଛି । ମାତ୍ର ଆଗାମୀ ଦିନମାନଙ୍କରେ ଏହି ସୁବିଧା ବାକି ସୋସିଆଲ ନେଟୱର୍କିଂ କମ୍ପାନିମାନଙ୍କ ସହିତ ଏନଡିଆରଏଫ ଚୁକ୍ତିନାମା କରିବାକୁ ଯୋଜନା କରୁଛନ୍ତି। ଯାହାଦ୍ୱାରା କି ଦୁର୍ଘଟଣା ସମୟରେ ଲୋକଙ୍କୁ ତୁରନ୍ତ ବଞ୍ଚାଯାଇପାରିବ ।