ମୁହଁର ଆକାରରୁ ଜାଣନ୍ତୁ ବ୍ୟକ୍ତିଙ୍କର ସ୍ୱଭାବ

ଆମର ମୁହଁର ଆକୃତି ଭିନ୍ନ ଭିନ୍ନ । ମୁଖ ମଣ୍ଡଳର ଆକୃତିରୁ ବି ଜାଣି ହେବ ବ୍ୟକ୍ତିଙ୍କର ବିଶେଷ ସ୍ୱଭାବ । ଆସନ୍ତୁ ଜାଣିବା ବିଭିନ୍ନ ଆକୃତିର ମୁଖମଣ୍ଡଳର ବ୍ୟକ୍ତିଙ୍କର ସ୍ୱଭାବ ସଂପର୍କରେ ।

photo-cdn.cliqueinc.com

ଗୋଲାକାର ମୁଖ: ଏଭଳି ଗୋଲାକାର ମୁଖ ଥିବା ଲୋକଙ୍କୁ ଜଳ ଆକୃତି ମୁଖ ଥିବା ବ୍ୟକ୍ତି ବୋଲି ମଧ୍ୟ କୁହାଯାଏ । ଏହି ଧରଣର ମୁଖ ଥିବା ବ୍ୟକ୍ତିମାନେ ଦୀର୍ଘ ସମୟ ଧରି ସଂପର୍କ ରଖିବାରେ ଧୁରନ୍ଧର । ଏମାନେ ପ୍ରତ୍ୟେକ ପ୍ରସଙ୍ଗରେ ଖୁବ୍‌ ପ୍ରାକ୍ଟିକାଲ୍‌ ଓ ସେମାନେ ଅଧିକ ପରିଶ୍ରମୀ ।
ବର୍ଗାକାର ମୁଖ: ଯେଉଁମାନଙ୍କର ମୁହଁର ଆକାର ବର୍ଗାକାର, ସେମାନେ ଉଚ୍ଚାକାଂକ୍ଷୀ ,ଆକ୍ରାମଣାତ୍ମକ ଓ ନିଜର ଆଧିପତ୍ୟ ଜାହିର କରୁଥିବା ବ୍ୟକ୍ତି, ସେମାନେ ସହଜରେ ନିଷ୍ପତ୍ତି ନେଇପାରନ୍ତି । ସେମାନଙ୍କର ମନ ଖୁବ୍‌ ତୀକ୍ଷ୍ଣ ।
ତ୍ରିଭୁଜାକାର ମୁଖ: ଯେଉଁମାନଙ୍କ ମୁଖ ତ୍ରିଭୁଜାକାର, ସେମାନେ ସାଧାରଣତଃ ସୃଜନାତ୍ମକ ଓ ସମ୍ବେଦନଶୀଳ ।
ଚତୁର୍ଭୁଜାକାର: ଯେଉଁମାନଙ୍କ ମୁଖର ଆକାର ଚତୁର୍ଭୁଜାକାର ବ୍ୟକ୍ତିମାନେ ରାଜନୀତି, ବ୍ୟବସାୟ ଓ କ୍ରୀଡ଼ା କ୍ଷେତ୍ରରେ ସାଧାରଣତଃ ବିଶେଷ ସଫଳତା ହାସଲ କରିଥାଆନ୍ତି । ଏମାନେ ସନ୍ତୁଳିତ ଜୀବନଯାପନ କରନ୍ତି ।

photo-cdn.cliqueinc.com

ଅଣ୍ଡାକାର ମୁଖ: ଯେଉଁମାନଙ୍କ ମୁଖ ଅଣ୍ଡାକାର, ସେମାନେ ଖୁବ୍‌ ସୁଇଟ୍‌ ଓ ଚାର୍ମିଂ । ବେଳେ ବେଳେ ସେମାନେ ଡିପ୍ଲୋମାଟ ବି ହୋଇଥାଆନ୍ତି । ଏହି ଆକୃତି ଥିବା ମହିଳାମାନେ ଭଲ ଅଭିନେତ୍ରୀ ହୋଇଥାଆନ୍ତି । ସେମାନେ ବେଳେବେଳେ ଭୟାନକ ରୂପ ଧାରଣ କରିଥାଆନ୍ତି । ସେ ସାଧାରଣତଃ ଦୁର୍ବଳା ଏବଂ ଅନେକ ସମୟରେ କର୍ମକୁଣ୍ଠ ।

ସମ୍ବନ୍ଧିତ ଖବର