ମୃତ୍ୟୁ ପୂର୍ବରୁ ସ୍ୱର୍ଗ ଦେଖିବାକୁ ଚାହାନ୍ତି? ଜାଣନ୍ତୁ ସ୍ୱର୍ଗ ସଂପର୍କିତ ଏହି ସବୁ ଅଜଣା କଥା

କଥାରେ ଅଛି ମଲା ପରେ ଯାଇ ସ୍ୱର୍ଗ ଦେଖିବା ସମ୍ଭବ। ତାହା ସତ ଯେ ମାତ୍ର ମଲା ପୂର୍ବରୁ ସ୍ୱର୍ଗ ସଂପର୍କରେ ଜାଣି ତ ପାରିବା। କେତେ ଦୂର ସତ କେତେ ଦୂର ମିଛ ତାହା ତ ଭିନ୍ନ କଥା। ମାତ୍ର ଆଜି ଆମେ ଏପରି କିଛି କଥା କହିବୁ ଯାହା ପୁରାଣରେ ବର୍ଣ୍ଣିତ। ଆମର ବିଶ୍ୱାସ ରହିଛି ଯେ ବ୍ୟକ୍ତି ମରିଯିବା ପରେ ସ୍ୱର୍ଗ କିମ୍ବା ନର୍କକୁ ଯାଇଥାନ୍ତି। ଯେଉଁମାନେ ଭଲ କର୍ମ କରନ୍ତି ସ୍ୱର୍ଗ ବା ବୈକୁଣ୍ଠରେ ସ୍ଥାନ ପାଆନ୍ତି। ଯେଉଁମାନେ ଖରାପ କାମ କରିଥାନ୍ତି ବା ପାପୀ ଶ୍ରେଣୀୟ ବ୍ୟକ୍ତି ସେମାନେ ନର୍କକୁ ଯାଆନ୍ତି। ତେବେ ଆସନ୍ତୁ ଜାଣିବା ସ୍ୱର୍ଗ ସଂପର୍କିତ କିଛି ଅଜଣା କଥା।

ସ୍ୱର୍ଗ ଏକ ଏପରି ସ୍ଥାନ ଯେଉଁଠି କୌଣସି ପ୍ରକାରର ଯନ୍ତ୍ରଣା ନାହିଁ। ସେଠାରେ ଖାଲି ଆନନ୍ଦ ହିଁ ଆନନ୍ଦ। ସେଠାରେ ରୋଗ-ବୈରାଗ, ଭୂତ-ପ୍ରେତ, ଖଳ ପ୍ରବୃତ୍ତି ବ୍ୟକ୍ତି, ପ୍ରାକୃତିକ ଦୁର୍ବିପାକ କିମ୍ବା କୌଣସି ପ୍ରକାରର କଷ୍ଟ ନାହିଁ। ସେଠାରେ କେବଳ ଭଗବାନ ଦିଶନ୍ତି। ଆଉ ସବୁ ତୁଚ୍ଛ ସ୍ୱର୍ଗରେ।

ସ୍ୱର୍ଗ ଭଗବାଙ୍କ ବାସସ୍ଥାନ ବୋଲି ବିଶ୍ୱାସ ରହିଛି। ସବୁ ଧର୍ମୀଙ୍କର ବିଶ୍ୱାସ ଭିନ୍ନ। ତେଣୁ ସ୍ୱର୍ଗ ସଂପର୍କରେ ଭିନ୍ନ ମତ ମଧ୍ୟ ଦେଖିବାକୁ ମିଳେ।

ବାଇବେଲ୍‌ ସୂଚନା ଦିଏ ଯେ ସ୍ୱର୍ଗ ହେଉଛି ଭଗବାନଙ୍କ ଘର। ସେଠାରେ ଭଗବାନ ନିଜ ପୁତ୍ର ଜିଶୁଖ୍ରୀଷ୍ଟଙ୍କ ସହ ରହନ୍ତି।

ଆପଣ ଅନେକ ସମୟରେ କାହାଣୀ ପଢ଼ିଥିବେ କିମ୍ବା କୌଣସି ଚଳଚ୍ଚିତ୍ରରେ ଦେଖିଥିବେ ଯେ ସ୍ୱର୍ଗର କଥା ଉଠିଲେ ପରୀମାନଙ୍କ ଚରିତ୍ର ଚିତ୍ରଣ କରାଯାଇଥାଏ। ଏହି କଥାକୁ ବାଇବେଲ୍‌ ବି ବିଶ୍ୱାସ କରେ ଯେ ସ୍ୱର୍ଗରେ ଭଗବାନଙ୍କ ପାଖରେ ପରୀମାନେ ବି ରହନ୍ତି।

ସ୍ୱର୍ଗରେ ବଗିଚା, ଝରଣା, ନଦୀ ଓ ଉପତ୍ୟାକା ଆଦି ରହିଛି ବୋଲି ମଧ୍ୟ ବିଶ୍ୱାସ କରାଯାଏ। ସେଠାରେ ଭଗବାନ ଆନନ୍ଦର ସହ ଦିନ କାଟନ୍ତି।

କୋରାନରେ ବର୍ଣ୍ଣନା କରାଯାଇଛି ଯେ ସ୍ୱର୍ଗର ଆଠଟି ଦ୍ୱାର ଅଛି। ସେହି ଦ୍ୱାରା ସମାୟନୁବର୍ତ୍ତି, ସେବକ, ତୀର୍ଥ ଗାମୀ, କ୍ଷମାଶୀଳ, ବିଶ୍ୱାସୀ, ଦୟାଳୁ, ଅହଂଶୂନ୍ୟ ଏବଂ ପରୋପକାରୀ ଲୋକଙ୍କ ପାଇଁ ଖୋଲା ହୋଇଥାଏ।

ସ୍ୱର୍ଗକୁ ମୋକ୍ଷର ସ୍ଥାନ ବୋଲି କୁହାଯାଏ। ଥରେ ସ୍ୱର୍ଗକୁ ଚାଲିଯିବା ପରେ ବ୍ୟକ୍ତି ଜନ୍ମ-ମରଣ ଚକ୍ରରୁ ଊର୍ଧ୍ୱକୁ ଉଠିଯାଏ।

ସମ୍ବନ୍ଧିତ ଖବର