ଜାତୀୟ ପତାକା ବିଷୟରେ କିଛି ଜଣାଅଜଣା କଥା

0

ଆଜି ୬୯ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ଭାରତରେ ଉତ୍ତୋଳନ କରାଯାଉଛି ତ୍ରିରଙ୍ଗ ପତାକା। ଏହି ନିମ୍ନ ଭାଗରେ ଶାଗୁଆ, ମଝିରେ ଧଳା ଓ ଉପରେ ନାରଙ୍ଗୀ ବର୍ଣ୍ଣ ଥିବା ଏହି ତ୍ରିରଙ୍ଗ ପତାକାକୁ ଆମେ ଜାତୀୟ ପତାକା ବୋଲି କହୁ।

ଏହି ପତାକାର ରୂପକାର ହେଉଛନ୍ତି କୃଷିବିତ୍‌ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଲି ଭେଙ୍କୟା। ଜାତୀୟ ପତାକା ତିଆରି କରିବାକୁ ପ୍ରମୁଖ ଅଧିକାର ପାଇଛି ଖଦି ଓ ଗ୍ରାମ୍ୟଦ୍ୟୋଗ କମିସନ୍‌। କେବଳ ଖଦି କପଡ଼ାରେ ଏହି ପତାକା ତିଆରି ହେବ ବୋଲି ନିୟମ କରାଯାଇଛି।
ପତାକାର ଧଳା ଅଂଶରେ ଥିବା ଅଶୋକ ଚକ୍ରର ଆକାର ନିର୍ଦ୍ଧାରିତ ହୋଇ ନ ଥିଲେ ମଧ୍ୟ ଏହା ପତାକାର ମଝିଆ ମଝି ସ୍ଥାନିତ ହେବା ଓ ଏଥିରେ ୨୪ଟି ଅର ରହିବା ଆବଶ୍ୟକ।

ପ୍ରଥମ ଭାରତୀୟ ଜାତୀୟ ପତାକାରେ ଥିଲା ଧାର୍ମିକ ସଙ୍କେତ ଏବଂ ମଝିରେ ଥିଲା ବନ୍ଦେ ମାତରଂ ଲେଖା ସହ ୮ଟି ଗୋଲାପ।
୨୦୦୨ ପୂର୍ବରୁ ସାଧାରଣ ନାଗରିକମାନେ ଜାତୀୟ ପତାକା ଉଡ଼ାଇବାକୁ ଅନୁମତି ପାଉ ନ ଥିଲେ। ୨୦୦୨ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଫ୍ଲାଗ୍‌ କୋଡ୍‌ ପରିବର୍ତ୍ତନ କରିବା ପରେ ସାଧାରଣ ଜନତା ପତାକା ଉଡ଼ାଇବାର ସୁଯୋଗ ପାଇଛନ୍ତି।

ନିୟମାନୁସାରେ କେବଳ ଦିନବେଳା ଜାତୀୟ ପତାକା ଉଡ଼ାଯାଏ ଓ ସୂର୍ଯ୍ୟାସ୍ତ ପୂର୍ବରୁ ଅବତରଣ କରାଯାଏ। ଜାତୀୟ ପତାକା ଉଡ଼ିବାବେଳେ ନାରଙ୍ଗୀ ଭାଗଟି ସବୁବେଳେ ଉପରକୁ ରହିବା ଉଚିତ। ଉତ୍ତୋଳିତ ପତାକାରେ ଅନ୍ୟ କୌଣସି ସଙ୍କେତ ନ ରହିବା ଉଚିତ।

୧୯୦୬ ମସିହା ଅଗଷ୍ଟ ୭ ତାରିଖ ଦିନ କଲକୋତାର ପାର୍ସି ବାଗାନ୍‌ ଛକରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.