ନିଆରା ପୂଜା; ଜାଣନ୍ତୁ ରାତିରେ ଅବିବାହିତ ଯୁବକଙ୍କୁ କାହିଁକି ବେତରେ ମାରନ୍ତି ମହିଳା

ଯୋଦ୍ଧପୁର: ରାଜସ୍ଥାନର ଯୋଦ୍ଧପୁରରେ ଦେଖିବାକୁ ମିଳେ ଏକ ନିଆରା ମେଳା। ଯେଉଁ ମେଳାରେ ଅବିବାହିତ ପୁଅମାନଙ୍କୁ ପାହାର ଖାଇବାକୁ ପଡ଼େ। ଏହି ମେଳାର ନିୟମ ହେଉଛି ବିବାହିତା ମହିଳାମାନେ ୧୬ ଦିନ ଧରି ପୂଜା କରିବା ପରେ ରାତିରେ ସଜ ହୋଇ ବାହାରକୁ ବାହାରନ୍ତି। ହାତରେ ଥାଏ ବେତ। ତେବେ ଏହି ମେଳାକୁ ‘ବେତ୍‌ମାର୍‌’ ମେଳା ନାମରେ ବି ଜଣାଯାଏ।

ବିଶ୍ବାସ ରହିଛି ଯେ ଯେଉଁ ଦିଅର କିମ୍ବା ଘରର ଅନ୍ୟ କୌଣସି ସାନ ପୁଅଙ୍କର ବିବାହ ହେଉନଥାଏ, ଭାଉଜମାନେ ଏହି ପୂଜା କରି ଅବିବାହିତ ଯୁବକଙ୍କୁ ବେତରେ ବାଡ଼େଇଲେ ସହଜରେ ବିବାହ ହୋଇଯାଏ।

ଏହି ମେଳା ସମୟରେ ସହର ରାସ୍ତାରେ ରାତି ସାରା ଖାଲି ମହିଳା ଦିଶିଥାନ୍ତି। ପ୍ରତ୍ୟେକ ମହିଳାଙ୍କ ହାତରେ ଏକ ବେତ ଥାଏ। ‌‌ଯେଉଁ ପୁରୁଷ ସେହି ବାଟ ଦେଇ ଯାଆନ୍ତି ମହିଳା ତାଙ୍କୁ ବେତରେ ପ୍ରହାର କରନ୍ତି।

ଏହି ମେଳା କେବଳ ଯୋଦ୍ଧପୁରରେ ହିଁ ହୋଇଥାଏ। ଏହାକୁ ଦେଖିବାକୁ ରାଜସ୍ଥାନ କାହିଁକି? ଦୁନିଆସାରା ଲୋକ ଜମା ‌ହୋଇଥାନ୍ତି। ତେବେ ଏହି ପୂଜା କରୁଥିବା ମହିଳା ଦିନକୁ ୧୨ ଘଣ୍ଟା ଉପବାସ କରିଥାନ୍ତି।

ଏହି ପୂଜା ୫୬୩ ବର୍ଷ ପୂର୍ବରୁ ହୋଇ ଆସୁଛନ୍ତି। ଏଥିରେ ବିବାହିତା ମହିଳାମାନେ ଅବିବାହିତ ପୁରୁଷଙ୍କ ଶୀଘ୍ର ବିବାହ ହେବ ବୋଲି ମନସ୍କାମନା କରି ଶିବଙ୍କୁ ଆରାଧନା କରିଥାନ୍ତି। ଏଥିରେ ମାଆ ପାର୍ବତୀଙ୍କୁ ବି ପୂଜା କରାଯାଏ। ବ୍ରତ ରଖିଥିବା ମହିଳାମାନେ ପୂଜା ସାରି ଏକା ସାଙ୍ଗରେ ଭୋଜନ କରିଥାନ୍ତି।

ସମ୍ବନ୍ଧିତ ଖବର