ପରିବାର ଲୋକଙ୍କ ମୁହଁରୁ ଶୁଣନ୍ତୁ ଯବାନଙ୍କ ତ୍ୟାଗର କଥା, ଏପରି ହୋଇଥାନ୍ତି ଆମ ଦେଶର ବୀର

ଯଦି ପୂରା ଦେଶରେ ତ୍ୟାଗର କଥା ଉଠେ ତ ସାମ୍ନାକୁ ଆସନ୍ତି ଭାରତୀୟ ସେନା। କେବେ ଭାବିଛନ୍ତି ଜଣେ ଯବାନ ଦେଶ ପାଇଁ ଯେଉଁ ତ୍ୟାଗ କରେ ତାହା କେବଳ ସେଇ ଗୋଟାଏ ଲୋକ ପର୍ଯ୍ୟନ୍ତ ସୀମିତ ନୁହେଁ? ଜଣେ ସହିଦ ହେବା ପରେ କେବଳ ଜଣେ ଲୋକ ଦେଶ ପାଇଁ ତ୍ୟାଗ କରିନଥାନ୍ତି, ତାଙ୍କ ପଛରେ ଲୁଛିଥାଏ ବାପା, ମାଆ, ଭାଇ, ଭଉଣୀ, ପତ୍ନୀ ଓ ପିଲା ସମସ୍ତଙ୍କ ତ୍ୟାଗ।

ଆମ ପାଇଁ ହୁଏତ ଯବାନଟିଏ ସାହସୀ, ତ୍ୟାଗୀ ଓ ବୀର ହୋଇଥାନ୍ତି। ମାତ୍ର ପରିବାର ଲୋକଙ୍କ ପାଇଁ ସେ କାହାର ପୁଅ, କାହାର ସ୍ୱାମୀ ତ କାହାର ପିତା। ଭାରତୀୟ ସେନା ଦେଶର ଗର୍ବ। ସେମାନେ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ଏହା ହିଁ ସବୁ ଯବାନଙ୍କ ପରିବାର ବର୍ଗଙ୍କ କାମନା ହୋଇଥାଏ। ଆମେ ଅନେକ ସମୟରେ ଖବରରେ ଦେଖିବାକୁ ପାଇଥାଉ ଯେ ଯବାନମାନଙ୍କ ସ୍ୱାଭିମାନକୁ ନେଇ ମଧ୍ୟ କେତେକ ଅସାମାଜିକ ବ୍ୟକ୍ତି ମତ ଦେବାକୁ ପଛାଇ ନଥାନ୍ତିି। ମାତ୍ର ବାସ୍ତବରେ ଭାରତୀୟ ଯବାନ କିପରି ପରିସ୍ଥିତିରେ ନିଜ ଘର ତ୍ୟାଗ କରି ଦେଶ ପାଇଁ ଲଢ଼େଇ କରିଥାନ୍ତି ତାହା  ଦିଆଯାଇଥିବା ଭିଡିଓରୁ ଆପଣ ସ୍ପଷ୍ଟ ବୁଝିପାରିବେ।

ସମ୍ବନ୍ଧିତ ଖବର