ପ୍ରେମିକ ସହିତ ଫେରାର ହୋଇଯିବାରୁ ଝିଅକୁ ମୃତ ଘୋଷଣା କରି ଲୋକଙ୍କୁ ଖାଇବାକୁ ଦେ‌ଲେ ପରିବାରଲୋକ

ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାଡାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ବସବାସ କରୁଥିବା ଜଣେ ଯୁବତୀ ତାଙ୍କ ପ୍ରେମିକ ସହିତ ଫେରାଇ ହୋଇ ବିବାହ କରି ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପରିବାରଲୋକ ଝିଅଙ୍କୁ ମୃତ ଘୋଷଣା କରି ଶୋକ କାର୍ଡ ଛାପିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ କି, ପ୍ରିୟା ପରିବାରଙ୍କ ଇଚ୍ଛା ବିରୋଧରେ ଯାଇ ତାଙ୍କ ପ୍ରେମିକଙ୍କ ସହିତ ମଇ ୧୮ ତାରିଖରେ ଫେରାର ହୋଇଯାଇଥିଲେ। ପରେ ପରିବାରଲୋକ ଜାଣିବାକୁ ପାଇଥିଲେ କି ତାଙ୍କ ଝିଅ ଯାହାଙ୍କୁ ଭଲ ପାଉଥିଲେ ତାଙ୍କୁ ହିଁ ବିବାହ କରିଛନ୍ତି। ଏହାପରେ ପରିବାରଲୋକ ରାଗି ଯାଇ ଝିଅଙ୍କୁ ଶୁଦ୍ଧି ହୋଇ ନିଜ ସମ୍ପର୍କୀୟଙ୍କୁ ଫୋନ କରି ଝିଅ ପ୍ରିୟାଙ୍କ ମୃତ୍ୟୁ ହୋଇଛି ବୋଲି ଖବର ଦେଇଥିଲେ। ଏଥିସହିତ ଶୋକ ନିମନ୍ତ୍ରଣ କାର୍ଡ ଛପାଇ ଲୋକଙ୍କୁ ବାଣ୍ଟି ଘରକୁ ଖାଇବାକୁ ନିମନ୍ତ୍ରଣ କରିଥି‌ଲେ।

ଏହି କାର୍ଡର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ପରିବାରଲୋକ ଝିଅ ଅପହରଣ ହୋଇଥିବା ନେଇ ପୁଲିସରେ ଏକ ଅଭିଯୋଗ କରିଥିଲେ। ପୁଲିସ ବି ଏହି ଘଟଣାକୁ ନେଇ ପ୍ରିୟାଙ୍କ ସପକ୍ଷରେ ଯାଇଥିଲା। କାରଣ ପ୍ରିୟାଙ୍କ ବୟସ ୧୮ବର୍ଷରୁ ଊର୍ଧ୍ବ ଥିବା ବେଳେ ସେ ତାଙ୍କ ପ୍ରେମିକ ସହ ରହି‌ବେ ବୋଲି ନିଷ୍ପତ୍ତି ଶୁଣାଇ ଦେଇଥିଲେ।

ସମ୍ବନ୍ଧିତ ଖବର