ପୁର୍ନିଆ (ବିହାର): କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ଅନେକ ଲୋକ କୁକୁର ପାଳିବାକୁ ଭଲ ପାଇଥାଆନ୍ତି। ଆଉ ସମୟ ପଡ଼ିଲେ କୁକୁର ବି ନିଜ ମାଲିକ ପାଇଁ ଜୀବନ ଦେବାକୁ ପଛାଇ ନ ଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହି ପୋଷାକୁକୁରର ଯେତେ‌ବେଳେ କୌଣସି କାରଣରୁ ମୃତ୍ୟୁ ହୋଇଥାଏ ତାର ମାଲିକ ବି ଭାଙ୍ଗି ପଡ଼ିଥାଏ। ମନେମନେ ତାକୁ ଝୁରି ହେଉଥାଏ।

Advertisment

ନିକଟରେ ବିହାରର ପୁର୍ନିଆ ଜିଲ୍ଲାର ଏକ ପରିବାର ତାଙ୍କ ପୋଷା କୁକୁରକୁ ହରାଇଛନ୍ତି। ଏହି ପୋଷା କୁକୁର ନାମ ଥିଲା ବ୍ରାଉନି। ବ୍ରାଉନିର ମୃତ୍ୟୁ ପରେ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେ‌ଳେ ସମ୍ପୂର୍ଣ୍ଣ ରୀତିନୀତିରେ ତାର ଅନ୍ତିମ ସଂସ୍କାର କରିଥିଲେ। ବର୍ତ୍ତମାନ, ବ୍ରାଉନିର ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ ପରିବାର ଏକ ସ୍ମାରକ ନିର୍ମାଣ କରିବାକୁ ଚାହୁଁଛନ୍ତି ।

କୁନୱାରା ପଞ୍ଚାୟତର ରାମନଗରର ସମର ସେଲ ନ୍ୟାସନାଲ ପାର୍କର ପ୍ରତିଷ୍ଠାତା ହିମକର ମିଶ୍ର କହିଛନ୍ତି ଯେ ସେ ନିଜ ଚାଷ ଜମିର ସୁରକ୍ଷା ପାଇଁ ଅନେକ କୁକୁର ରଖିଛନ୍ତି। ସେଥିମଧ୍ୟରୁ ବ୍ରାଉନି ଥିଲା ଅତି ପ୍ରିୟ କୁକୁର। ସେ ଥିଲା ପରିବାରର ଏକ ସଦସ୍ୟ ପରି । ବ୍ରାଉନିର ବୟସ ହୋଇଯାଇଥିବା ହେତୁ ଗତ ରବିବାର ତାର ମୃତ୍ୟୁ ହୋଇଯାଇଥିଲା।

Calculate Your Dog's Age With This New, Improved Formula | Smart News | Smithsonian Magazine Smithsonian Magazine ସାଙ୍କେତିକ ଫଟୋ

ହିମକର ମିଶ୍ର କହନ୍ତି, ‘ଯେତେବେଳେ ମୁଁ ମଧ୍ୟପ୍ରଦେଶରେ ରହୁଥିଲି, ସେତେବେଳେ ମୁଁ ପୁଣେରୁ ବ୍ରାଉନିକୁ ୨୦୦୬ରେ ପଶୁ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାରୁ ଆଣିଥିଲି। ସେ ପରିବାରର ଜଣେ ସଦସ୍ୟ ହୋଇଯାଇଥିଲା।’

ମିଶ୍ର କହିଛନ୍ତି ଯେ, ‘ବ୍ରାଉନିକୁ ସମାଧି ଦିଆଯାଇଥିବା ସ୍ଥାନରେ ପରିବାର ପକ୍ଷରୁ ଏକ ସ୍ମାରକ ନିର୍ମାଣ କରାଯିବ। ଏହି ସ୍ମାରକକୁ ଫୁଲରେ ସଜାଯିବ ଏବଂ ଏହାର ନାମ 'ବ୍ରାଉନି ପାର୍କ' ରଖାଯିବ । ବ୍ରାଉନି ଆମ ପାଇଁ କେବଳ କୁକୁର ନ ଥିଲା। ସେ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ଯିଏ ଆମର ଫାର୍ମହାଉସକୁ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ ଜଗି ରହିଥିଲା।’