ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମକୁ ନେଇ ଚର୍ଚ୍ଚା, ଦେଖିବା ପାଇଁ ଜମିଲା ଭିଡ଼

ପାରସଲାଇ(ତାମିଲନାଡୁ): ଦକ୍ଷିଣ ଭାରତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁରେ ରହୁଥିବା କୃଷକ ଭାସ୍କରଙ୍କ ଘରେ ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ ନେବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଜନ୍ମ ନେଇଥିବା ବାଛୁରୀର ୪ଟି ଆଖି, ଦୁଇଟି ମୁହଁ ଏବଂ ୨ଟି କାନ ରହିଛି। ବାଛୁରୀ ଜନ୍ମ ହେବା ପରେ ତାର ଦୁଇଟି ମୁଣ୍ଡ ଥିବା ଜାଣି ସ୍ଥାନୀୟ ଲୋକେ ଦେଖିବା ପାଇଁ ଆସି ପହଞ୍ଚୁଛନ୍ତି। ଏମିତି କି ଆଖପାଖ ଗାଁରୁ ଲୋକେ ଆସି ପହଞ୍ଚୁଥିବାରୁ ଭାସ୍କରଙ୍କ ଘରେ ଭିଡ଼ ଜମିଛି।

गाय ने दो मुंह के बछड़े को दिया जन्म, देखने उमड़ी लोगों की भीड़
aajtak.intoday.in

ଘଟଣାଟି ଘଟିଛି ତାମିଲନାଡୁର କନ୍ୟାକୁମାରୀରେ ଥିବା ପାରସଲାଇ ଗାଁ‌ରେ। ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ ହେବା ପରେ ଭାସ୍କର ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି। ଭାସ୍କରଙ୍କ କହିବା ମୁତାବକ, ଗତ ସପ୍ତାହରେ ତାଙ୍କ ଗାଈ ଚାଷ ଜମିରେ ବାଛୁରୀକୁ ଜନ୍ମ ଦେଇଥିଲା। ଗାଈକୁ ଆଣିବାକୁ ଯିବା ପରେ ବାଛୁରୀର ଦୁଇଟି ମୁଣ୍ଡ ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧିରେ ଧିରେ ଖବର ପ୍ରସାର ହେବା ପରେ ଆଖପାଖ ଗାଁରୁ ଲୋକେ ବାଛୁରୀକୁ ଦେଖିବା ପାଇଁ ପହଞ୍ଚିଥିଲେ। ଜନ୍ମ ହୋଇଥିବା ବାଛୁରୀର ଦୁଇଟି ଜିଭ ଥିବାରୁ ସେ ମା’ କ୍ଷୀର ପିଇବାକୁ ଅସମର୍ଥ। ଏ ନେଇ ଭାସ୍କରଙ୍କୁ ବୋତଲ ଜରିଆରେ ବାଛୁରୀକୁ କ୍ଷୀର ପିଆଇବାକୁ ପଡ଼ୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର