ବିଲରେ ହଳ କରୁକରୁ ଚାଷୀଙ୍କୁ ମିଳିଲା ଏକ ମୂଲ୍ୟବାନ ପଥର : ବନେଇ ଦେଲା ରାତାରାତି ଲକ୍ଷପତି

କଥାରେ ଅଛି ‘ଭଗବାନ ଜବ୍‌ ଦେତେ ହେଁ ଛପର ଫାଡକେ ଦେତେ ହେଁ’ । ଏହି କଥା ବେଳେ ବେଳେ ସତ୍ୟ ବୋଲି ପ୍ରତିପାଦିତ ହୋଇଥାଏ । ସାଧାରଣ ଭାବେ ଭାଗ ଚାଷ କରି କୃଷକ ଆତ୍ମହତ୍ୟା କରୁଥିବା ଆପଣ ଶୁଣିଥିବେ କିନ୍ତୁ ଏଠି କଥା ପୂରା ଠଲଟା। ଜାଣନ୍ତୁ ଭାଗ ଚାଷ କରି ଲକ୍ଷପତି ପାଲଟି ଥିବା ଜଣେ କୃଷକର କାହାଣୀ। କୃଷକ ଜଣଙ୍କ ଜମିରେ ହଳ କରୁକରୁ ଏକ ମୂଲ୍ୟବାନ ପଥର ପାଇଥିଲେ, ଏହାକୁ ନେଇ ସେ ଖଣି ଅଧିକାରୀଙ୍କ ପାଖକୁ ଗଲେ। ପଥରକୁ ଦେଖି ଅଧିକାରୀ ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଧ୍ୟପ୍ରଦେଶର ସରକୋଇ ଗ୍ରାମରେ ବାସ କରୁଥିବା ପ୍ରକାଶ ଶର୍ମାଙ୍କୁ ଏକ ଦୁଲର୍ଭ ହୀରା ମିଳିଥିଲା । ଏହି ହୀରା ୧୨.୫୮ କ୍ୟାରେଟ୍‌ର ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ । ପ୍ରକାଶ ହୀରାକୁ ଖଣି ବିଭାଗ କାର୍ଯ୍ୟାଳୟରେ ଜମା କରିଥିଲେ, ବିଭାଗ ପକ୍ଷରୁ କୁହାଗଲା ହୀରାକୁ ନିଲାମ କରାଯିବ। ନିଲାମରେ ହୀରାର ମୂଲ୍ୟ ଯେତେ ହେବ ତା’ର ୨୫% ପ୍ରକାଶଙ୍କୁ ଦିଆଯିବ ।

ଖଣି ବଭାଗର ଅଧିକାରୀ ସନ୍ତୋସ ସିଂଙ୍କ କହିବା ଅନୁଯାୟୀ ପାଖାପାଖି ୪ ବର୍ଷ ପରେ ଏତେ ବଡ ହୀରା ଅଫିସ୍‌ରେ ଜମା ହୋଇଛି । ଯାହା ଦ୍ୱରା କର୍ମଚାରୀଙ୍କ ମନରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ବହୁତ ଖଣି ବନ୍ଦ ହେବା ଦ୍ୱାରା ବେପାରମାନେ ବହୁତ ଅସୁବିଧାରେ ଚାଲୁଥିଲେ । କିନ୍ତୁ ଏବେ ଏହି ହୀରା ମିଳିବା ପରେ ବେପାରିଙ୍କ ମନରେ ଆଶା ଉଙ୍କି ମାରିଛିା

ସମ୍ବନ୍ଧିତ ଖବର