ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ମଣିଷ ଓ ପଶୁପକ୍ଷୀଙ୍କୁ ନେଇ ଅନେକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ମଣିଷ, କୁକୁର ଓ ଗାଈକୁ ନେଇ ସ୍ନେହର ଏକ ଭିଡିଓ ଭାଇରାଲ ହୋଇଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଚାଷୀ ଚଟାଣରେ ବସି ନିଜ ମୁଣ୍ଡକୁ ଆଣ୍ଠୁରେ ମାଡ଼ି ଦେଇଛନ୍ତି। ଚାଷୀଙ୍କୁ ଦେଖି ଲାଗୁଛି ବୋଧ ହୁଏ ସେ ଦୁଃଖର ଅଛନ୍ତି। ଏତିକି ବେଳେ ଦୁଇଟି କୁକୁର ତାଙ୍କ ପାଖକୁ ଆସି କିଛି କହିବାକୁ ଚାହୁଁଛନ୍ତି। ଏଥିରେ ଚାଷୀ ଜଣକ କୌଣସି ପ୍ରତିକ୍ରିୟା ନଦେବାରୁ କୁକୁର ଦୁଇଟି ଘଟଣାସ୍ଥଳରୁ ଚାଲିଯାଉଛନ୍ତି।
ଏଭଳି ଭାବେ ଚାଷୀଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଗାଈ ଆସୁଛନ୍ତି। ଏଥିମଧ୍ୟରୁ ଗୋଟିଏ ଗାଈ ଚାଷୀଙ୍କ ନିକଟକୁ ଆସି ମୁଣ୍ଡରେ ତାଙ୍କୁ ସ୍ନେହ କରି ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛି।
ଏହି ହୃଦୟସ୍ପର୍ଶୀ ଦୃଶ୍ୟରୁ ସ୍ପଷ୍ଟ ଭାବେ ଅନୁମାନ କରି ହେଉଛି କି ପଶୁପକ୍ଷୀଙ୍କ ପାଖରେ କଥା କହିବାକୁ ଶକ୍ତି ନଥିଲେ ବି ସେମାନେ ମଣିଷର ଭାବନାକୁ ବୁଝି ପାରନ୍ତି। ମାଲିକ ଯଦି ଦୁଃଖରେ ଅଛନ୍ତି ତାଙ୍କୁ ସେମାନେ ସହ୍ୟ କରି ପାରନ୍ତି ନାହିଁ।
ଏହି ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକେ ଏହାକୁ ଦେଖିବାକୁ ବେଶ ପସନ୍ଦ ବି କରୁଛନ୍ତି।