ଲକଡାଉନ ସମୟରେ ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ସଦାଶିବ

ଘୁ.ଉଦୟଗିରି: ସଦାଶିବ ନାୟକ ଜଣେ ବୃତ୍ତିରେ ଚାଷୀ। ସେ ନିଜର ପ୍ରଥମ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବ୍ୟାକୁଳ ହୋଇଉଠନ୍ତି। ବିଶ୍ଵ କରୋନା ଭୂତାଣୁ ସଂକ୍ରମଣ ମହାମାରୀ ରୋଗ ପାଇଁ ସରକାରଙ୍କ ଦ୍ବାରା ତାଲାବନ୍ଦ ସମୟରେ ବଜାରକୁ ନ ଯାଇ ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ସାହାରା ପାଲିଟିଛନ୍ତି ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ପଞ୍ଚାୟତର ଝିମାଙ୍ଗିଆ ଗ୍ରାମର ଚାଷୀ ସଦାଶିବ ନାୟକ। ଲୋକମାନେ ବଜାରକୁ ନ ଯାଇ ଏହି ଚାଷୀଙ୍କ ଘରକୁ ଯାଇ ପନିପରିବା ଆଣୁଛନ୍ତି।

ଗୋଟିଏ ପଟେ ଲକ୍ ଡାଉନ୍ ପାଇଁ ବଜାରକୁ ଯାଉନାହାନ୍ତି ଆଉ ଗୋଟିଏ ପଟେ ତଟକା ପନିପରିବା ମିଳୁଛି ଏବଂ ତାହା ମଧ୍ୟ ବଜାର ଦର ଅପେକ୍ଷାକୃତ କମ୍ ଦରରୁ ପାଉଛନ୍ତି। ନିଜର ଅଧିକା କିଛି ଜମି ନ ଥିବା ହେତୁ ଅନ୍ୟମାନଙ୍କର ଜମିରେ ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ସଦାଶିବ। ଚଳିତ ବର୍ଷ ଜାନୁଆରି ମାସଠାରୁ ଚା଼ଷ ଆରମ୍ଭ କରିଥିଲେ ମଧ୍ୟ ବହୁବାର କାଳବୈଶାଖୀ ବର୍ଷା ହେବା ସତ୍ତ୍ୱେ ପ୍ରଥମେ ଟମାଟୋ ଚ଼ାଷ ଉଜୁଡ଼ି ଯାଇଥିଲା କିନ୍ତୁ ନିଜର ମନୋବଳକୁ ଶକ୍ତ କରିବା ସହିତ ହାର୍ ନ ମାନି ବାଇଗଣ, ମକା, ଭେଣ୍ଡି, କଖାରୁ, କଲରା, ବନ୍ଧାକୋବି,ବିନ୍ସ୍ ଓ ଲଙ୍କା ଲଗେଇ ସେଥିରେ କେବଳ ଜୈବିକ ଖତ ଓ ଜୈବିକ ଔଷଧୀୟ ତିଆରି କରି ଗଛ ମୂଳରେ ଓ ଗଛରେ ସିଞ୍ଚନ କରି ତାହାର ଦୁଇ ମାସ ପର୍ଯ୍ୟନ୍ତ ତଦାରଖ କରିଥିଲ।
ସିଞ୍ଚନ କରି ତାହାର ଦୁଇ ମାସ ପର୍ଯ୍ୟନ୍ତ ତଦାରଖ କରିଥିଲେ। ସେଥିରେ କୌଣସି ପୋକଜୋକ ମଧ୍ୟ ଧରିନଥିବା ଜଣାପଡ଼ିଛି।

ଏହିପରି ପୂର୍ବରୁ ଅନେକ ଥର ଅର୍ଥାତ୍ ପ୍ରାୟ ୨୦ ରୁ ୨୫ ବର୍ଷ ଧରି ଚା଼ଷ କରିଥିଲି ଏବଂ ବିଭିନ୍ନ ପ୍ରକାରର ରାସାୟନିକ ସାର ଓ ଔଷଧ ବ୍ୟବହାର କରୁଥିଲି, କିନ୍ତୁ ପନିପରିବା ଭଲ ଅମଳ ହେଉଥିଲା। ତଥାପି ପୋକଯୋକ ଲାଗି ଶୀଘ୍ର ପଚି ଯାଉଥିଲା ଏବଂ କମ୍ ଦରରେ ବିକ୍ରି ହେଉଥିବାବେଳେ ରାସାୟନିକ ସାର ଓ ଔଷଧ ଦ୍ବାରା ବିଷ ସୃଷ୍ଟି କରି ମୁଁ ଲୋକମାନଙ୍କୁ ଖାଇବାକୁ ଦେଉଛି ବୋଲି ମନେ କରୁଥିଲି ବୋଲି ନିଜର ମତ ପ୍ରକାଶ କରିଛନ୍ତି। ଏହା ସହିତ ଅନ୍ତରଙ୍ଗ ଦ୍ବାରା ଆଇଏମ୍ ଓ ଔଷଧ ତିଆରି କରିବା ପାଇଁ ତାଲିମ ଦିଆଯାଇଥିବାରୁ ଅନ୍ତରଙ୍ଗର ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନ୍ତରଙ୍ଗର ସାଥୀମାନେ ଓ ସରକାରଙ୍କ ତରଫରୁ ମଧ୍ୟ ଜୈବିକ ପଦ୍ଧତିରେ ଚ଼ାଷ କରିବା ପାଇଁ ବିଭିନ୍ନ ସମୟରେ ଏପରି ମୋତେ ଆହୁରି ଓ ଅନ୍ୟ ଚାଷୀ ଭାଇମାନଙ୍କୁ ମଧ୍ୟ ତାଲିମ୍ ଦିଆଯିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର