ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଠିକାଦାର ବାପା ତାଙ୍କ ଝିଅର ଧୁମଧାମରେ ବାହାଘର କରିଥିଲେ। ବାହାଘର ଶେଷପରେ ଝିଅକୁ ଶାଶୁଘରକୁ ବିଦା କରିବା ପାଇଁ ପରିବାରଲୋକ ପ୍ରସ୍ତୁତି କରୁଥିବା ବେଳେ ହଠାତ ବୃଦ୍ଧ ବାପାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାରଲୋକ କେହି କିଛି ବୁଝିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
ସୂଚନାଯୋଗ୍ୟ, ମୃତକଙ୍କ ନାମ କୁତୁବୁଦ୍ଦିନ ମଲିକ। ମଲିକ ତାଙ୍କ ପରିବାର ସହିତ ମୋହଲ୍ଲା ନୌଗଜାରେ ରୁହନ୍ତି। କୁତୁବୁଦ୍ଦିନଙ୍କ ପରିବାରରେ ତାଙ୍କ ସ୍ତ୍ରୀଙ୍କ ବ୍ୟତୀତ ତିନି ଝିଅ ଏବଂ ଦୁଇ ପୁଅ ଅଛନ୍ତି। କୁତୁବୁଦ୍ଦିନଙ୍କ ବଡ଼ ଝିଅ ପୂର୍ବରୁ ବିବାହିତ।ଗତରବିବାର ଅପରାହ୍ନରେ ତାଙ୍କ ଦ୍ୱିତୀୟ ଝିଅର ବିବାହ ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/14/i1Yn1oCgwpSyvntUG5E4.jpg)