ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିସିଏସ ୨୦୨୩ ପରୀକ୍ଷାର ଫଳାଫଳ ବାହାରି ଯାଇଛି। ପରୀକ୍ଷାଫଳ ବାହାରିବା ପରେ ସଫଳ ହୋଇଥିବା ପ୍ରାର୍ଥୀମାନେ ନିଜନିଜ ସଂଘର୍ଷର କାହାଣୀ କହିଛନ୍ତି। ଏହି କାହାଣୀ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ସଂଘର୍ଷ କାହାଣୀ ଭାବୁକ କରିଦେଇଛି।

Advertisment

ଉକ୍ତ ପ୍ରାର୍ଥୀ ଜଣକ ହେଉଛନ୍ତି ବାନ୍ଦାର ଛାତ୍ର ଆନନ୍ଦ ସିଂହ ରାଜପୁତ। ଯିଏକି ୟୁପି ପିସିଏସ ୨୦୨୩ ପରୀକ୍ଷାରେ ୩୦ତମ ସ୍ଥାନ ଅଧିକାର କରିଛନ୍ତି।

ଆନନ୍ଦଙ୍କ ଏହି ସଫଳତା ପରେ ମା’ ମାୟା ଦେବୀ କାନ୍ଦି ପକାଇଛନ୍ତି। ଆଉ କହିଛନ୍ତି,‘ , ‘ଆଜି ମୋ ପୁଅ ତାର ପରିଶ୍ରମର ଫଳ ପାଇଛି। ଆନନ୍ଦର ବାପା ଯଦି ଆଜି ଏଦୁନିଆରେ ଥାଆନ୍ତେ ବହୁତ ଖୁସି ହୋଇଥାଆନ୍ତେ।’

ସେହିପରି ଆନନ୍ଦ ନିଜର ସଫଳତାକୁ ନେଇ ଖୁସି ଯେତିକି ବାପାଙ୍କୁ ମନେ ପକାଇ ସେତିକି ଦୁଃଖୀ ବି ହୋଇଯାଇଛନ୍ତି। ଆନନ୍ଦ କହିଛନ୍ତି, ‘ମୋର ଯେଉଁଦିନ ଇଣ୍ଟରଭ୍ୟୁ ଥିଲା ତା’ପୂର୍ବ ଦିନ ବାପାଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ଏଭଳି ଅବସ୍ଥାରେ ମୁଁ କେ‌ମିତି ଇଣ୍ଟରଭ୍ୟୁ ଦେବି କିଛି ବୁଝି ପାରି ନଥିଲି। ବାପାଙ୍କ ମୃତଶରୀର ଘରେ ଥିବାବେଳେ ମନକୁ ବହୁତ ବୁଝାଇ କୋହକୁ ଜାବୁଡ଼ି ଧରି ଇଣ୍ଟରଭ୍ୟୁରେ ଯାଇ ବସିଥିଲି।

ଇଣ୍ଟରଭ୍ୟୁ ଶେଷ ହେବାପରେ ବାହାରକୁ ବାହାରି ବହୁତ କାନ୍ଦିଥିଲି। ଆଉ ଘରକୁ ଫେରି ବାପାଙ୍କ ଅନ୍ତିମ ସଂସ୍କାର କରିଥିଲି। ଆଜି ଏତେ ବଡ଼ ସଫଳତା ପାଇଛି। କିନ୍ତୁ ଖୁସି ହେବାକୁ ବାପା ମୋ ପାଖରେ ନାହାନ୍ତି।’