ଝିଅକୁ କଲେଜ ଛାଡ଼ି ଯାଉଥିବା ବେଳେ ଏହି କାରଣରୁ ଭୋଭୋ ହୋଇ କାନ୍ଦିଲେ ବାପା

ନୂଆଦିଲ୍ଲୀ: ବାପା ଓ ଝିଅର ସମ୍ପର୍କ ଏକ ସୁନ୍ଦର ସମ୍ପର୍କଟିଏ। ନିକଟରେ ଜଣେ ବାପା ତାଙ୍କ ଝିଅକୁ ପ୍ରଥମଥର କଲେଜ ଛାଡ଼ିବାକୁ ଯାଉଥିବା ସମୟରେ ଭୋଭୋ ହୋଇ କାନ୍ଦି ଉଠିଥିଲେ। ଯାହାର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଝିଅ ପ୍ରେକ୍ଷା ଏହି ଭିଡିଓ ସେୟାର କରି ପୁରା ଘଟଣା ବିଷୟରେ କହିଥିଲେ କି,  ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରେ ଆଡମିଶନ ହେବା ପରେ ବାପା କଲେଜ ଛାଡ଼ିବାକୁ ଯାଉଥିଲେ। ଏହି ସମୟରେ ସେ ନିଜ କୋହ ସମ୍ଭାଳି ପାରି ନଥିଲେ, ଆଉ ଭୋଭୋ ହୋଇ କାନ୍ଦି ଉଠିଥିଲେ।

ପ୍ରେକ୍ଷା କ୍ୟାପସନରେ ଲେଖିଛନ୍ତି, ‘ବାପା ମୋତେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରେ ଛାଡିବାକୁ ଯାଉଥିଲେ। ଏହା ମୋର ପ୍ରଥମ ଦିନ । ତେଣୁ ଆମେ କ୍ୟାମ୍ପସ ଖୋଜୁଥିଲୁ। ଏହି ସମୟରେ ହଠାତ ମୁଁ ଦେଖିଲି ବାପାଙ୍କ ଆଖିରେ ଲୁହ ଭରି ଯାଇଛି। ମୁଁ ତାଙ୍କୁ କିଛି ପଚାରିବା ପୂର୍ବରୁ ସେ ଭୋଭୋ ହୋଇ କାନ୍ଦି ଉଠିଥିଲେ।

ତେବେ ମୁଁ ତାଙ୍କ ଠାରୁ ଅଲଗା ହୋଇ କଲେଜରୁ ରହି ପାଠପଢ଼ିବାକୁ ସେ ସହ୍ୟ କରି ପାରି ନଥିଲେ। କିନ୍ତୁ ମୋ ସ୍ବପ୍ନ ପୂରା କରିବାକୁ ବାପା ତାଙ୍କ ଛାତିରେ ପଥର ରଖିଲା ଭଳି ମୋତେ ଘରଠାରୁ ଦୂରରେ ରହି କଲେଜରେ ରହି ପଢ଼ିବାକୁ ଅନୁମତି ଦେଇଥିଲେ। ମୁଁ ମୋ ସ୍ବପ୍ନକୁ କେମିତି ପୂରା କରିବି, ସେନେଇ ବାପା-ମା’ ମୋତେ ବହୁତ ସାହାଯ୍ୟ କରିଛନ୍ତି। ବାପା-ମା’ ମୁଁ ତୁମକୁ ବହୁତ ଭଲ ପାଏ।

ସମ୍ବନ୍ଧିତ ଖବର