ଇଣ୍ଟ୍‌‌ର‌ନେଟ୍‌ରେ ଭାଇରାଲ୍‌ ହେଉଛି ଶଶୁର-ବୋହୂଙ୍କ ନୃତ୍ୟ ଭିଡିଓ; ପ୍ରଶଂସାର ସୁଅ ଛୁଟୁଛି

ଇଣ୍ଟ୍‌‌ର‌ନେଟ୍‌ରେ ଭାଇରାଲ୍‌ ହେଉଛି ଶଶୁର-ବୋହୂଙ୍କ ନୃତ୍ୟ ଭିଡିଓ; ପ୍ରଶଂସାର ସୁଅ ଛୁଟୁଛି

ndtv.in

‌ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଆପଣ ବିଭିନ୍ନ ଧରଣର ଭିଡିଓ ଦେଖିଥିବେ। ନିକଟରେ ଏକ ଶଶୁର-ବୋହୂଙ୍କ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି। ଭିଡିଓରେ ଶଶୁର-ବୋହୂ ନାଚୁଥିବାର ଦେଖିବାକୁ ମିଳିଛନ୍ତି। ଏହି ନୃତ୍ୟ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ପସନ୍ଦ ଆସିଛି। ଏପରିକି କିଛି ବ୍ୟବହାରକାରୀ ‘ଶଶୁର ହେବ ତ ଏମିତି’ ବୋଲି କମେଣ୍ଟ୍‌ ବି କରିଛନ୍ତି।

ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିଡିଓରେ ଦୃଶ୍ୟମାନ ହୋଇଥିବା ଶଶୁରଙ୍କର ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ଦେଖିବାକୁ ଗଲେ ସୋସିଆଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଭଲ ଭିଡିଓ ଦେଖିବାକୁ ମିଳିଯାଏ। ଯାହାକୁ ଦେଖିବାକୁ ଆପଣଙ୍କୁ ଖୁବ୍ ଭଲ ଲାଗୁଥିବ। ମାତ୍ର ଶଶୁର ଓ ବୋହୂଙ୍କର ଏହି ଭିଡ଼ିଓ ଆପଣଙ୍କ ମନକୁ ପୂରା ସତେଜ କରିଦେବ

‘ହ୍ୟୁମାନ୍‌ସ ଅଫ୍‌ ବମ୍ବେ’ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଭିଡିଓଟି ‌ସେୟାର୍‌ ହୋଇଛି। ସେଥିରେ ଲେଖାଯାଇଛି, ‘‌ଯେତେବେଳେ ମୋ ପୁଅ ତନ୍‌ଭୀକୁ ମୋ ସହ ପରିଚିତ କରାଇଲା ମୁଁ ବୁଝିଗଲି ଝିଅଟି ମୋ ପୁଅର ପ୍ରେମିକା। ସେ ଟିକେ ଲାଜୁଆ। ଯେହେତୁ ମୁଁ ବାପ ତ ସବୁ ବୁଝିଗଲି। ସେ ଆମ ପରିବାର ପାଇଁ ପୂରା ଯୋଗ୍ୟା ବୋଲି ମୁଁ ସେଦିନ ଜାଣି ପାରିଥିଲି। ସେଦିନ ସେ ମୋ ପାଦ ଛୁଇଁଥିଲା, ଏପରି କଥା ହୋଇଥିଲା ‌ଯାହା ମୋ ମନକୁ ଛୁଇଁଗଲା। କିଛି ଦିନ ପରେ ମୋ ପୁଅ‌ ରୋହନ ଓ ତନ୍‌ଭୀ ବାହା ହୋଇଗଲେ। ଏବେ ଆମ ଭିତରେ ଏକ ସୁନ୍ଦର ସଂପର୍କ ହୋଇସାରିଛି।’

ବ୍ୟକ୍ତଙ୍କର ଏହି ପୋଷ୍ଟ୍‌କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଖୁବ୍‌ ପସନ୍ଦ କରିବା‌ରେ ଲାଗିଛନ୍ତି। ବ୍ୟକ୍ତି ଜଣକ ନିଜ ବୋହୂକୁ ଝିଅ ପରି ବ୍ୟବହାର କରୁଥିବାରୁ ଲୋକଙ୍କୁ ଏହା ଖୁବ୍ ଭଲ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe