ନୂଆଦିଲ୍ଲୀ: ପରିବାର ଲୋକଙ୍କ ଚାପରେ ଆସି ପିଲାମାନେ ବାପ ମା’ଙ୍କ ପସନ୍ଦର ପୁଅ/ଝିଅକୁ ତ ବିବାହ କରି ଦେଇ ଥାଆନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇ ନଥିବାର ଅନେକ ଖବର ସାମ୍ନାକୁ ଆସିଛି। ଫଳରେ ପୁଅ ହେଉ ଅବା ଝିଅର ଜୀବନ ନଷ୍ଟ ହୋଇ ଯାଇଥାଏ ଏବଂ ସେମାନଙ୍କୁ ସାରା ଜୀବନ ଦୁଃଖ କଷ୍ଟରେ ରହିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ସୋସିଆଲ ମିଡିଆରେ ଏକ ଖବର ଖୁବ୍ ଭାଇରାଲ ସୃଷ୍ଟି କରିଛି। ବିହାରର ସମସ୍ତିପୁର ଜିଲ୍ଲାରେ ବସବାସ କରୁଥିବା ୬୫ବର୍ଷର ବୃଦ୍ଧ ରୋସନ୍ ଲାଲଙ୍କୁ ଏମିତି କ’ଣ ପରିସ୍ଥିତି ପଡ଼ି ଥିଲା ଯେ ସେ ତାଙ୍କ ୨୧ବର୍ଷର ବୋହୂକୁ ବିବାହ କରିବାକୁ ରାଜି ହୋଇଯାଇଥିଲେ ବୋଲି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2018/10/download-1-14.jpg)
ତେବେ ଏହି ପ୍ରସଙ୍ଗରେ ରୋସନ୍ ଲାଲଙ୍କୁ ପ୍ରଶ୍ନ ପଚାରିବାରୁ ସେ ବିବାହକୁ ଏକ ଚାପର ନାମ ଦେଇଥିଲେ। ଘଟଣାଟି ହେଉଛି ଏପରି, ରୋସନ୍ ଲାଲଙ୍କ ପୁଅର ବିବାହ ସପନା ନାମକ ଯୁବତୀ ସହିତ ସ୍ଥିର ହୋଇଥିଲା। ବରଯାତ୍ରୀ ବିବାହ ପାଇଁ ଯୁବତୀଙ୍କ ଘରେ ବି ପହଞ୍ଚି ଥିଲେ। କିନ୍ତୁ ହଠାତ୍ ବିବାହ ମଣ୍ଡପରୁ ପୁଅ ଫେରାର ହୋଇଯାଇଥିବା ଘଟଣା ଶୁଣିବାକୁ ମିଳିଥିଲା। ତେବେ ଏଭଳି ପରିସ୍ଥିତି ବରଯାତ୍ରୀ ଫେରିଗଲେ ଲୋକମାନେ ବନ୍ଧୁବାନ୍ଧବ ଆମର ନିନ୍ଦା କରିବେ ବୋଲି ଝିଅର ପିତା-ମାତା ରୋସନ୍ ଲାଲଙ୍କୁ କହିଥିଲେ। ତେଣୁ ଝିଅ ଘର ଲୋକଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ରୋସନ୍ଙ୍କୁ ତାଙ୍କ ୨୧ବର୍ଷୀୟ ବୋହୂ ସପନାକୁ ବିବାହ କରି ଘରକୁ ଧର୍ମପତ୍ନୀ ସଜାଇ ଆଣିବାକୁ ପଡ଼ିଥିଲା। ଏଥିରେ ଉଭୟ ପରିବାରର ସମର୍ଥନ ମଧ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/788-1.jpg)