କୋହ୍ଲାପୁର: ନିଜ ପିଲାମାନଙ୍କ ବିବାହକୁ ସ୍ମରଣୀୟ କରିବା ସବୁ ମାତା-ପିତାଙ୍କର ସ୍ବପ୍ନ ହୋଇଥାଏ। ପୂର୍ବରୁ ଏଭଳି ଅନେକ ବିବାହ ସାମ୍ନାକୁ ଆସିଛି, ଯେଉଁଠି ବର ବା କନ୍ୟା ହେଲିକପ୍ଟରରେ ଆସି ବିବାହ ମଣ୍ଡପରେ ପହଞ୍ଚିଛନ୍ତି। ତେବେ ମହାରାଷ୍ଟ୍ରର କୋହ୍ଲାପୁରରେ ଜଣେ କନ୍ୟାକୁ ତାଙ୍କ ବାପା ଯେଉଁ ଭଳି ଭାବେ ବିଦା କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଝିଅ ଯିବାକୁ ଥିବା କାରକୁ ସଂପୂର୍ଣ୍ଣ ଭାବେ ଗୋବରରେ ଲିପିବା ପରେ ଝିଅକୁ ବିଦା କରିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି। ଏଭଳି କାମ କରିଛନ୍ତି କୋହ୍ଲାପୁରରେ ରହୁଥିବା ଡାକ୍ତର ନବନାଥ ଦୁଦ୍ଧଲ।
ଏଭଳି କାମ କରିବା ପଛର କାରଣ ଜାଣିବା ପାଇଁ ପ୍ରଥମେ ଚର୍ଚ୍ଚା ଲାଗି ରହିଥିବା ବେଳେ ପରେ ସମସ୍ତଙ୍କୁ କାରଣ ଜଣାଇଥିଲେ ଡାକ୍ତର ନବନାଥ। ତାଙ୍କ ଅନୁଯାୟୀ, ଗୋବରର ବ୍ୟବହାରକୁ ବଢ଼ାଇବା ପାଇଁ ମୁଁ ଏଭଳି କରିଛି। କାରଣ ଗାଈର ଗୋବର ମଣିଷ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ କର୍କଟ ରୋଗ ରୋକିବାର କ୍ଷମତା ଥିବା ସହ ମଣିଷ ଶରୀରରେ ହେଉଥିବା ଅନେକ ରୋଗକୁ ଠିକ୍ କରିବାର ଶକ୍ତି ରହିଥାଏ। ଏହା ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ମୁଁ କାରକୁ ଗୋବରରେ ଲିପିଥିଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ବ-21.jpg)