ନୂଆ ଟ୍ରାଫିକ୍‌ ନିୟମକୁ ଭୟ କରି ନାବାଳକ ପୁଅ ଠାରୁ ବାଇକ୍‌ ଚାବି ଛଡାଇ ନେଇ କୋଠରୀରେ ବନ୍ଦ କରିଦେଲେ ପିତା

ଆଗ୍ରା: ନୂଆ ଟ୍ରାଫିକ୍‌ ନିୟମ ଅନୁଯାୟୀ ପୂର୍ବ ଅପେକ୍ଷା ଜରିମାନା ରାଶି ଅନେକ ଗୁଣା ବଢ଼ି ଯାଇଛି। ଏହି ନିମୟକୁ ଦେଖି ଗାଡ଼ି ଚାଳକଙ୍କ ମନରେ କୋକୁଅ ଭୟ ଖେଳି ଯାଇଛି। ଏହି କ୍ରମରେ ଆଗ୍ରାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜରିମାନା ଭୟରେ ପିତା ନିଜ ନାବାଳକ ପୁଅକୁ କୋଠରୀରେ ବନ୍ଦ କରିଦେଇଛନ୍ତି।

ଦିନ ମଜୁରିଆ ଭାବେ କାମ କରି ଧର୍ମ ସିଂହ ପରିବାରର ଭରଣପୋଷଣ କରିଥାଆନ୍ତି। ଧର୍ମ ସିଂହଙ୍କ ୧୬ବର୍ଷର ପୁଅ ଅଛି। ଅନେକ ଦିନ ହେବ ସେ ବାଇକ୍‌ କିଣିବା ପାଇଁ ଜିଦ କରି ବସିଥିଲା। ଧର୍ମ ସିଂହ ପୁଅ କଥା ମାନି ଅଗଷ୍ଟ ୧୨ ତାରିଖରେ ଫାଇନାନ୍ସ କରି ମୋଟରସାଇକେଲ କିଣିଥିଲେ। ନୂଆ ମୋଟରସାଇକେଲକୁ ପାଇ ପୁଅ ବି ଖୁସି ହୋଇଯାଇଥିଲା।

କିନ୍ତୁ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଅନୁଯାୟୀ କେଉଁକେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା ଦେବାକୁ ପଡ଼ିବ ସେ ବିଷୟରେ ଧର୍ମ ସିଂହ ବୁଝି ନେଇଥିଲେ। ଏହାପରେ ପିତା ପୁଅ ଠାରୁ ଚାବି ଛଡାଇ ନେଇଥିଲେ। କାରଣ ପୁଅ ପାଖରେ ହେଲମେଟ କି ଡ୍ରାଇଭିଂଲାଇସେନ୍ସ ନଥିଲା। ପୁଣି ସେ ନାବାଳକ ଅଟେ। ଦୁଇଦିନ ପର୍ଯ୍ୟନ୍ତ ପୁଅ ବାଇକ୍‌ ଚାବି ପାଇଁ ପିତାଙ୍କ ନିକଟରେ ଜିଦ କରି ବସିଥିଲା। ଶେଷରେ ଧର୍ମ ସିଂହ ରାଗି ଯାଇ ନାବାଳକ ପୁଅକୁ କୋଠରୀରେ ଥିବା ଏକ ବାକ୍ସରେ ଗୋଡହାତ ବାନ୍ଧି ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର