ବାପା ଝିଅ ପାଇଁ ବନାଇଲେ ଏମିତି ସିଭି କି ଘଣ୍ଟାଏ ଭିତରେ ହେଲା ଭାଇରାଲ

ନୂଆଦିଲ୍ଲୀ: ଇଂଲଣ୍ଡର ଜଣେ ଟିନ୍‌ଏଜର ଯୁବତୀ ପିତାଙ୍କୁ ନିଜର ସିଭି ତିଆରି କରିବା ପାଇଁ କହିଥିଲେ। ସେ ଝିଅର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଏମିତି ସିଭି ତିଆରି କଲେ ଯେ ଘଣ୍ଟାଏ ଭିତରେ ସିଭି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା।

ଲାରନ୍‌ ପିତାଙ୍କୁ ନିଜର ସିଭି ତିଆରି କରିବା ପାଇଁ କହିଥିଲେ। ଲାରନ୍‌ଙ୍କ ପିତା ଝିଅର ସିଭି ତିଆରି କରି ଲେଖିଛନ୍ତି, ଝିଅ ଦୁଇଟି ବିଷୟରେ ଫେଲ ହୋଇଛି। ସେ ଫେସ୍‌ବୁକ୍‌ ଭଲ ଭାବେ ଚଲାଇବା ଜାଣିଛି। କେବଳ ଏତିକି ନୁହେଁ, ଝିଅର ବୟସ ଏବେ ୧୬ବର୍ଷ। ସେ କାହାରି କଥା ଶୁଣେ ନାହିଁ ବହୁତ ଖାମଖିଆଲି ସ୍ୱଭାବର । ଅଳସୁଆ ଓ କାହାକୁ ଭଲ ବ୍ୟବହାର କରେ ନାହିଁ।

ଏହି ସିଭି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ଟୁଇଟର ବ୍ୟବହାରକାରୀ ସିଭିକୁ ସୁନା ଭଳି ସିଭି ହୋଇଛି ବୋଲି କହିବା ସହିତ ଲାରନ୍‌ଙ୍କ ପିତାଙ୍କୁ ‘ଫାଦର ଅଫ ଦ ଇୟର’ କହିଛନ୍ତି। ଅନ୍ୟ କିଛି ବ୍ୟବହାରକାରୀ ଲାରେନ୍‌ଙ୍କୁ ଏଭଳି ଶବ୍ଦରେ ତାଙ୍କ ପିତାଙ୍କୁ ଜବାବ ଦେବା ପାଇଁ କହିଛନ୍ତି। ଆଉ କିଛି ଲେଖିଛନ୍ତି ଏତେ ସଚ୍ଚୋଟତାପୂର୍ଣ୍ଣ ସିଭି ପରେ ଲାରେନ୍‌ଙ୍କୁ ଚାକିରି ମିଳିବା ଅସୁବିଧା ହୋଇପାରେ।

ସମ୍ବନ୍ଧିତ ଖବର