ନୂଆଦିଲ୍ଲୀ: ମା’ ଓ ପୁଅର ସମ୍ପର୍କ ଦୁନିଆରେ ସବୁଠାରୁ ଭିନ୍ନ ହୋଇଥିବା ବେଳେ ବାପ ଓ ପୁଅର ସମ୍ପର୍କ ମଧ୍ୟ ସବୁଠାରୁ ସ୍ୱତନ୍ତ୍ର ହୋଇଥାଏ। ଏମିତି ଅନେକ ବାପା-ପୁଅ ଅଛନ୍ତି ଯେଉଁମାନେ କି ସାଙ୍ଗଭଳି ଚଳି ଥାଆନ୍ତି। ବାପା ନିଜ ସନ୍ତାନର ସମସ୍ତ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିଥାଆନ୍ତ। ବାପା-ପୁଅର ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାର ଲାଗିଛି।

Advertisment

ଭାଇରାଲ ହେଉଥିବା ଭିଡିଓ ଏପରି ରହିଛି ଯାହାକି ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ । ଭିଡିଓ ଜଣେ ପିତା ତାଙ୍କ ସାନପୁଅ ପାଇଁ ଏକ ସ୍ୱତନ୍ତ୍ର କାଠର କାର ନିଜ ହାତରେ ତିଆରି କରୁଥିବା ଦେଖିବାକୁ ମିଳୁଛି। ଏହି କାରଟିକୁ ସେ ସମ୍ପୂର୍ଣ୍ଣ ଭାବେ ତିଆରି କରିଦେବା ପରେ ପୁଅକୁ ତାହା ଉପହାର ଦେଉଛନ୍ତି। ଏହି କାରଟି ଦେଖିବାକୁ ଏକ ସୋ’ପିସ ଭଳି ଲାଗୁଥିଲେ ବି ଏହା ରାସ୍ତାରେ ଗଡ଼ି ପାରୁଛି। ଏଥିରେ ଖଞ୍ଜା ଯାଇଥିବା ସମସ୍ତ ସାମଗ୍ରୀ ସ୍ବୟଂଚାଳିତ ରହିଛି।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଆଇପିଏସ୍ ଅଧିକାରୀ ଦୀପନସୁ କାବ୍ରା ସେୟାର କରିଛନ୍ତି। ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, 'ପିତାଙ୍କ ପ୍ରେମ ଏବଂ ଅଦ୍ଭୁତ କୌଶଳରେ ମାତ୍ର ୬୮ଦିନରେ ତିଆରି ହୋଇଛି ଉଡେନ କାର। ପୁଅ ପାଇଁ ସ୍ବତନ୍ତ୍ର ଉପହାର।’