ନୂଆଦିଲ୍ଲୀ: ବିଦ୍ୟାଳୟର ପ୍ୟାରେଣ୍ଟ୍‌ସ ଟିଚର୍‌ ମିଟିଂ (ପିଟିଏମ୍‌)ନାମ ଶୁଣି ପିଲାମାନଙ୍କ ଭିତରେ ଭୟ ସୃଷ୍ଟି ହୋଇ ଯାଇଥାଏ। ଆପଣ ହୁଏତ ପିଲାଦିନେ ଏପରି ସମସ୍ୟାକୁ ସାମ୍ନା କରିଥିବେ। କାରଣ ପିଟିଏମ୍‌ରେ ଶିକ୍ଷକମାନେ ପିଲାମାନଙ୍କର ପୂରା ରାଶିଫଳ ପିତାମାତାଙ୍କ ସମ୍ମୁଖରେ ଖୋଲିଦିଅନ୍ତି। ପିଲା କେତେ ଭଲ, କେତେ ଖରାପ ଏବଂ ସେ ଅଧ୍ୟୟନ ପ୍ରତି କେତେ ଯତ୍ନବାନ ସେ ସବୁ ଆଲୋଚନା ହୋଇଥାଏ।

Advertisment

କେବଳ ଏତିକି ନୁହେଁ, ଅଭିଭାବକମାନେ ମଧ୍ୟ ପିଟିଏମରେ ନିଜ ପିଲାମାନଙ୍କ ବିଷୟରେ ଶିକ୍ଷକଙ୍କ ସାମ୍ନାରେ ପ୍ରକାଶ କରିବାକୁ ଦ୍ୱିଧା କରନ୍ତି ନାହିଁ। ମୋଟ ଉପରେ, ପିଟିଏମ୍ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇଥାଏ।

ହେଲେ ଆଜିର ବାପାମାଆମାନେ ସେମାନଙ୍କ ପିଲାମାନଙ୍କ ସହ ବନ୍ଧୁ ପରି ମିଶୁଛନ୍ତି, ତେଣୁ ପିଲାମାନେ ମଧ୍ୟ ଏତେ ଭୟଭୀତ ନୁହନ୍ତି। ପିଲାଏ ଖୋଲାଖୋଲି ଭାବରେ କିଛି ବି କହିବାକୁ ଦ୍ୱିଧା କରନ୍ତି ନାହିଁ।

ନିକଟରେ ଏକ ଇନଷ୍ଟାଗ୍ରାମ ରିଲ୍ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପିଲା ନିଜ ବାପାଙ୍କୁ ପିଟିଏମ୍‌ ଯିବା ପୂର୍ବରୁ ରୀତିମତ ଏକ ଟ୍ୟୁସନ୍‌ କରୁଥିବାର ନଜର ଆସିଛି। ଯିବା ପୂର୍ବରୁ ଶିକ୍ଷକଙ୍କ ସାମ୍ନାରେ କ’ଣ କହିବେ ଏବଂ କ’ଣ କହିବେ ନାହିଁ ପିଲାଟି ତାହା ନିଜ ବାପାଙ୍କୁ ବୁଝାଉଛି।

ବର୍ତ୍ତମାନ ଏହି ଭିଡିଓରେ ଆପଣ ନିଜେ ଦେଖିପାରିବେ ଯେ ଆଜିର ପିଲାମାନେ କେତେ ବୁଦ୍ଧିମାନ। ଭିଡିଓରେ, ଆପଣ ଦେଖିପାରୁଥିବେ ଯେ ଶିଶୁର ଭିଡିଓ  କରିବା ବେଳେ ତାଙ୍କ ବାପା ସ୍କୁଲରେ ପିଟିଏମରେ ଶିକ୍ଷକଙ୍କୁ କ’ଣ କହିବେ ବୋଲି ପଚାରୁଛନ୍ତି। ଏହା ପରେ ପିଲାଟି କହୁଛି, ‘‘କହିବନି ଯେ ସେ ସ୍କୁଲରୁ ଆସିଥାଏ, କୁକିଜ୍ ଖାଏ ଏବଂ ଶୋଇଯାଏ। ତୁମକୁ ଏପରି ଭାବରେ କହିବାକୁ ପଡ଼ିବ ଯେ ସେ ସ୍କୁଲରୁ ଆସି ଖିଚିଡ଼ି ଖାଏ ଏବଂ ତା’ପରେ ଶୋଇଯାଏ।’’

ତାପରେ ବାପା କହୁଛନ୍ତି, ‘‘ମୁଁ କାହିଁକି ମିଛ କହିବି? ତୁ ତ ଖିଚିଡ଼ି ଖାଉନାହଁ। ତୁ ବହୁତ ସ୍ନାକ୍ସ ଖାଉଛୁ।’’ ପିଲାଟି ତା’ପରେ କହୁଥିବାର ଶୁଣିବାକୁ ମିଳୁଛିଯେ ‘ମମି କହିଦେବ, ତମେ ଚୁପ୍‌ ରହିବ।’’

ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ପିଲାଟିର କ୍ଲାସ୍‌ ଟିଚର୍‌ ଏଥିରେ କମେଣ୍ଟ୍‌ ଦେଇଛନ୍ତି, ‘‘ବେଟା ତୋର ଏବେ ପିଟିଏମ୍‌କୁ ଆସିବା ଦରକାର ନାହିଁ (ତୁମ କ୍ଲାସ୍‌ ଟିଚର୍‌)’’।