ନୂଆଦିଲ୍ଲୀ: ଦୁନିଆରେ ବାପା ଓ ପୁଅର ସମ୍ପର୍କ ଏକ ସୁନ୍ଦର ସମ୍ପର୍କଟିଏ। ବାପା ଓ ପୁଅକୁ ନେଇ ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋ‌ଷ୍ଟ ହୋଇଥାଏ। ନିକଟରେ ଜଣେ ବାପା ନିଜ ଦୁଇପୁଅଙ୍କୁ ବଞ୍ଚାଇବା ପାଇଁ ଜୀବନକୁ କିପରି ବାଜି ଲଗାଇ ଦେଇଥିଲେ ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

Advertisment

ମୃତ୍ୟୁମୁଖରୁ ବାପା ପୁଅକୁ ଟାଣି ଆଣିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ପିଲା ପ୍ରଖରସ୍ରୋତ ଥିବା  ନଦୀରେ ଫସି ଯାଇଛନ୍ତି। ଏହି ସମୟରେ କିଛି ଲୋକ ନଦୀ କୂଳରେ ଛିଡ଼ା ହୋଇ ସାହାଯ୍ୟ କରିବା ବଦଳରେ ଘଟଣାର ଭିଡିଓ କରୁଛନ୍ତି। ଏତିକି ବେଳେ ବାପା ନିଜ ଜୀବନକୁ ବାଜି ଲଗାଇ କିଛି ନଭାବି ନଚିନ୍ତି ଦୁଇପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ।

ତେବେ ବାପା ଯେପରି ଭାବେ ନିଜ ଦୁଇପିଲାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେ ଦୃଶ୍ୟ କୌଣସି ସିନେମା ହିରୋ ଠାରୁ କମ ନଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଏହାକୁ ଅନେକ ଲୋକ ସେୟାର କରିବା ସହିତ ବାପା ନିଜ ପିଲା ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବା ଦୃଶ୍ୟ ଦେଖି କୋଟି ପ୍ରଣାମ ଜଣାଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।