ବାପାଙ୍କର ଦ୍ୱାଦଶ ପରୀକ୍ଷାକୁ ଝିଅର ଦଶମ, ସାଙ୍ଗ ହୋଇ ଏବର୍ଷ ବୋର୍ଡ ପରୀକ୍ଷା ସେଣ୍ଟରରେ ବାପ-ଝିଅ

ମୁମ୍ବାଇ: ମାଟ୍ରିକ୍‌ ବୋର୍ଡ ପରୀକ୍ଷା ସବୁ ବିଧ୍ୟାର୍ଥୀଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହର୍ଷଲି ନାମ୍ନୀ ଜଣେ ଯୁବତୀ ଖୁବ୍‌ ଶୀଘ୍ର ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ମାତ୍ର ମଜାଦାରିଆ କଥା ହେଉଛି ହର୍ଷଲି ନିଜ ବାପାଙ୍କ ସହ ମିଶି ପାଠ ପଢିଛନ୍ତି। ହର୍ଷଲିଙ୍କ ବାପା ବି ଏଥର ଏକ ବୋର୍ଡ ପରୀକ୍ଷାରେ ନଜର ଆସିଛନ୍ତି। ବାପା-ଝିଅ ଦୁହେଁ ଏବର୍ଷ ନିଜେ ନିଜର ବୋର୍ଡ ପରୀକ୍ଷା ଦେବେ ବୋଲି ଜାଣିବାକୁ ମିଳିଥିଲା। ହର୍ଷଲୀଙ୍କ ବାପାଙ୍କ ନାମ ସୁନୀଲ ଥାମ୍ବେ। ସୁନୀଲ ମହାରାଷ୍ଟ୍ରରେ ଆଜିଠାରୁ ଆରମ୍ଭ ହୋଇଥିବା ହାଇୟର୍‌ ସେକେଣ୍ଡାରି ସାର୍ଟିଫିକେଟ୍‌(ଏଚ୍‌ଏସ୍‌ସି) ବୋର୍ଡ ପରୀକ୍ଷାରେ ଦେଖିବାକୁ ମିଳିିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁନୀଲ ବମ୍ବେ ମୁନିସ୍‌ପାଲଟି ଡିପାର୍ଟମେଣ୍ଟ୍‌(ବିଏମ୍‌ସି)ରେ ପାଣି ବିଭାଗରେ କାର୍ଯ୍ୟ କରନ୍ତି। ପରୀକ୍ଷା ପ୍ରସ୍ତୁତ ହେବା ପାଇଁ ସେ ଗତ କିଛି ମାସ ହେବ ଛୁଟି ନେଇ ଘରେ ଅଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଥାମେ ୬୩.୮୦ ପ୍ରତିଶତ ନମ୍ବର ରଖି ୨୦୧୫ ମସିହାରେ ମ୍ୟାଟ୍ରିକ୍‌୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ବି ସେ ବର୍ଷ ପରୀକ୍ଷା ଦେଇ ୫୭ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତ ସ୍ୱାମୀ ଓ ଝିଅଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ଯାଇ ସ୍ମିତା ନିଜ ପାଠ ପଢ଼ାରୁ ଓହରି ଯାଇଥିଲେ। ଏବେ ଦେଖିବାକୁ ବାକି ରହିଲା ବାପା-ଝିଅଙ୍କ ପରୀକ୍ଷା ଫଳାଫଳ।

ସମ୍ବନ୍ଧିତ ଖବର