ବାପାଙ୍କ ସେନା ପୋଷାକ ହିଁ ସୈନିକ କରିଦେଲା, ଜାଣନ୍ତୁ ଜଣେ ଯବାନଙ୍କ କାହାଣୀ

ଶ୍ରୀନଗର: ବାପାଙ୍କ ସେନା ପୋଷାକ ହିଁ ପ୍ରେରଣା ଦେଇଥିଲା | ସେହି ପ୍ରେରଣା ହିଁ ସେନାରେ ଯୋଗ ଦେବାକୁ ଆଗ୍ରହ ସୃଷ୍ଟି କରାଇଥିଲା | କିଛି ଏଭଳି କଥା କହିଛନ୍ତି ବସିମ ଅହମ୍ମଦ | ବସିମଙ୍କ ଭଳି ଜମ୍ମୁକାଶ୍ମୀରର ୫୭୫ ଜଣ ଯୁବକ ଆଜି ସେନାରେ ସାମିଲ ହୋଇଛନ୍ତି | ଶ୍ରୀନଗରରେ ଆଜି ଲାଇଟ ଇନ୍ଫଣ୍ଟ୍ରି ରେଜିମେଣ୍ଟାଲ ସେଣ୍ଟରରେ ଏହି ନବ ନିଯୁକ୍ତ ଯବାନମାନେ ସେନାରେ ସାମିଲ ହୋଇଥିଲେ | ଆଜି ଆୟୋଜିତ ହୋଇଥିବା ପ୍ୟାରେଡ଼ ଉତ୍ସବରେ ଯବାନମାନେ କେବଳ ଗୋଟିଏ କଥା କହିଥିଲେ ଦେଶର ସେବା କରିବାକୁ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଏବେ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି |

ବିଶେଷ କରି ଜମ୍ମୁକାଶ୍ମୀରର ଯୁବକଙ୍କୁ ସେନାରେ ସାମିଲ କରି ସେଠାକାର ଯୁବକଙ୍କୁ ଉଭୟ ନିଯୁକ୍ତି ଓ ଦେଶର ସୀମା ସୁରକ୍ଷା ପାଇଁ ସେନା ପକ୍ଷରୁ ପ୍ରୟାସ ଜାରି ରହିଛି | ପୂର୍ବରୁ ଦେଶ ପାଇଁ ସହିଦ ହୋଇଥିବା ଆଉରଙ୍ଗଜେବଙ୍କ ଦୁଇ ଭାଇ ସେନାରେ ସାମିଲ ହୋଇଥିଲେ |

ସହିଦଙ୍କର ଦୁଇ ଭାଇ ଦିନେ ଆତଙ୍କବାଦୀମାନେ ତାଙ୍କ ଭାଇଙ୍କର ହତ୍ୟା କରିଥିବାବେଳେ ଏବେ ସେହି ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ଦୁଇ ଭାଇ ସେନାରେ ସାମିଲ ହୋଇଥିଲେ | ଗତବର୍ଷ ଶ୍ରୀନଗର ସୋପିଆନରେ ଇଦରେ ଛୁଟିରେ ଘରକୁ ଆସିଥିବା ଭାରତୀୟ ସେନାର ଯବାନ ଆଉରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିଲେ |

ସମ୍ବନ୍ଧିତ ଖବର