ଲକ୍ଷ୍ମୌ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ପୁଲିସ ଅଧିକାରୀ ଦାବି କରିଛନ୍ତି କି, ହସ୍‌ପିଟାଲ୍‌ ମୃତୁ ଘୋଷଣା କରିବା ପରେ ସେ ତାଙ୍କ ୮୪ବର୍ଷର ପିତାର ଚିକିତ୍ସା ଆୟୁର୍ବେଦିକ ଉପାୟରେ କରୁଛନ୍ତି।

Advertisment

ଭୋପାଳର ଏକ ହସ୍‌ପିଟାଲ୍‌ ଗତ ମାସ ଜାନୁଆରି ୧୪ ତାରିଖରେ ତାଙ୍କର ୮୪ବର୍ଷୀୟ ପିତାଙ୍କୁ ମୃତ ବୋଲି ଘୋଷଣା କରିବା ସହିତ ମୃତ୍ୟୁ ପ୍ରମାଣ ପତ୍ର ବି ବାହାର କରି ଦେଇଥିଲେ।

publive-image

ପୁଲିସ ଅଧିକାରୀଙ୍କ ନାମ ରାଜେନ୍ଦ୍ର ମିଶ୍ରା ବୋଲି କୁହାଯାଉଛି। ସେ ମଧ୍ୟପ୍ରଦେଶ ପୁଲିସରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଭାବେ କାମ କରୁଥିଲେ। ସେ ଏବେ ଛୁଟିରେ ଚାଲି ଯାଇଛନ୍ତି। ରାଜେନ୍ଦ୍ର ମିଶ୍ରା ଭୋପାଳର ୭୪ବଙ୍ଗଳା ଅଞ୍ଚଳରେ ଡି-୭ରେ ବସବାସ କରନ୍ତି। ତାଙ୍କ ପିତା କାଳୁମଣି ମିଶ୍ରା ଅସୁସ୍ଥ ହେବାରୁ ତାଙ୍କୁ ଜାନୁଆରି ୧୩ ତାରିଖରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ଜାନୁଆରି ୧୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ମୃତଦେହକୁ ନେଇ ନିଜ ଘରକୁ ଚାଲି ଆସିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ପିତାଙ୍କୁ ପୁଣିଥରେ ଜୀବିତ କରିବା ଆଶାରେ ଅଧିକାରୀ ପୁଅ ଆୟୁର୍ବେଦିକ ଛାଡଫୁଙ୍କା ଆରମ୍ଭ କରି ଦେଇଥିଲେ। ସେ ପିତାଙ୍କ ଶରୀର ହଲଚଲ ହେବା ଦେଖିବାକୁ ପାଇଥିଲେ। ଏହାପରେ ସେ ଆୟୁର୍ବେଦିକ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ।