ପୁଲିସ ଅଧିକାରୀ ଝିଅଙ୍କୁ ଆଖି ସାମ୍ନାରେ ଦେଖିବା ପରେ

ନୂଆଦିଲ୍ଲୀ: ଦୁନିଆର ପ୍ରତ୍ୟେକ ବାପା ନିଜର ସନ୍ତାନର ଉନ୍ନତୀ ଚାହିଁଥାଆନ୍ତି। ଏଭଳି କ୍ଷେତ୍ରରେ ସନ୍ତାନମାନେ ଯଦି ବାପା ଥିବା ପଦବୀରୁ ଆଗେଇ ଯାଆନ୍ତି ୟା ଠାରୁ ଗର୍ବର କଥା ବାପା ପାଇଁ କ’ଣ ବା ହୋଇପାରେ।

ଗତ ଶନିବାର ତେଲେଙ୍ଗାନାରେ ନିୟୋଜିତ ହୋଇଥିବା ଆଇପିଏସ୍ ଅଧିକାରୀ ଏନ ଭେଙ୍କଟେଶ୍ବରଲୁ ପୁଲିସ ଏକାଡେମୀରେ ତାଙ୍କ ଝିଅ ଉମା ହରିଥି ଆଇଏଏସ ଅଧିକାରୀ ହୋଇ ପହଞ୍ଚିଥିଲେ।

ଝିଅ ପହଞ୍ଚିବା ପରେ ବାପା ଗର୍ବ ଅନୁଭବ କରିବା ସହିତ ଉମାଙ୍କୁ ସ୍ୟାଲୁଟ ମାରି ସମ୍ମାନ ଜଣାଇଥିଲେ। ଏହି ଘଟଣାର ଏକ ଫଟୋ ସୋସିଆଲ ମିଡିଅରେ ପୋଷ୍ଟ ହୋଇଛି। ଯାହାକୁ ଲୋକେ ଖୁବ ଭଲ ପାଇବା ଦେଉଛନ୍ତି।

ପୁଲିସ ଅଧିକାରୀ ଝିଅଙ୍କୁ ବାପା ସ୍ୟାଲୁଟ ମାରୁଥିବା ଦୃଶ୍ୟକୁ ଦେଖି ଲୋକେ ଖୁବ ଭଲ ପାଇବା ଦେଉଛନ୍ତି। ଏଥିସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜଣେ ବାପା ପାଇଁ ୟା ଠାରୁ ଖୁସିର ମୁହୂର୍ତ୍ତ କ’ଣ ହୋଇପ‌ାରେ। ସେହିପରି ବାପାଙ୍କ ସାମ୍ନାରେ ଅଧିକାରୀ ହୋଇ ଛିଡ଼ା ହେବାର ସୌଭାଗ୍ୟ ବି ପାଇବା ଖୁବ ଅଳ୍ପ ପିଲାଙ୍କୁ ମିଳିଥାଏ।

ସମ୍ବନ୍ଧିତ ଖବର