ଆଜି ବିଶ୍ୱ ପିତୃ ଦିବସ…ପିତୃ ଦିବସ ଅବସରରେ ସମସ୍ତ ପିତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା

ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତର ପରିଚୟ ଦେଇଥାନ୍ତି । କିନ୍ତୁ କରୋନା ଭାଇରସ କାରଣରୁ ଚଳିତ ବର୍ଷ ବାହାରକୁ ବୁଲିଯିବା ସମ୍ଭବ ନୁହେଁ। ତେଣୁ ଘରେ ରହି ତାଙ୍କୁ ଖାସ ଅନୁଭବ କରାଇପାରିବେ। ଘରେ ରହି ମଧ୍ୟ ଆପଣ ଏହି ଦିନଟିକୁ ନିଜ ପିତାଙ୍କ ପାଇଁ ଖାସ୍ କରିପାରିବେ।

Problems with the Father-Figure God" - Holy Trinity Lutheran ...
Home – Holy Trinity Lutheran Church Thousand Oaks

ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ଚଳିତ ବର୍ଷ ୨୧ ଜୁନ୍ ଅର୍ଥାତ୍ ଆଜିର ଦିନରେ ସାରା ବିଶ୍ୱ ପିତୃ ଦିବସ ପାଳନ କରୁଛି । ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ଉପହାର ତ ଦେଇପାରିବେ । ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। । ଇତ୍ୟ ଅବସରରେ ପିତୃ ଦିବସ ପାଇଁ ସମସ୍ତ ପିତାଙ୍କୁ ସମ୍ବାଦ ଡଟ ଇନ ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ।

ସମ୍ବନ୍ଧିତ ଖବର